।। ଗୋକୋଲମା ଠାରେ "ମାଘ" ଯାତ୍ରା ବା ମାଁ ମାଣିକେଶ୍ବରୀ ଓ ବାବା ଅଗ୍ନି ଭୈରବ ଦେବଙ୍କ ଝାମଯାତ୍ରା ସମ୍ପନ୍ନ ।।

Feb 20, 2024 - 21:03
 0  20
।। ଗୋକୋଲମା ଠାରେ "ମାଘ" ଯାତ୍ରା ବା ମାଁ ମାଣିକେଶ୍ବରୀ ଓ ବାବା ଅଗ୍ନି ଭୈରବ ଦେବଙ୍କ ଝାମଯାତ୍ରା ସମ୍ପନ୍ନ  ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋକୋଲମା ବଙ୍ଗଳା ପଡ଼ା ଠାରେ ମାଘ ଯାତ୍ରା ବା ମାଁ ମାଣିକେଶ୍ବରୀ ଓ ବାବା ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଛି l ପରମ୍ପରା ଅନୁସାରେ ମନ୍ଦିର ପୂଜକ ପ୍ରଥମ ଦିନରେ ୫ଟି ନୂଆ ଚାଙ୍ଗୁଡ଼ି ରେ ବାଲି ଆଣି ବିଭିନ୍ନ ପ୍ରକାର ଶସ୍ୟ ଧାନ,କାନ୍ଦୁକ, ମୁଗ, ବିରି, ମାଣ୍ଡିଆ, ଭଳି ଇତ୍ୟାଦି ଶସ୍ୟ ଗଜା ଦେବା ପାଇଁ ଚାଙ୍ଗୁଡ଼ିରେ ଥିବା ବାଲିରେ ପକାଇ ଥାଆନ୍ତି ଓ ବେଳ କଣ୍ଟାରେ ଦୋଳି ତିଆରି କରିଥାନ୍ତି l ଗଜା ହୋଇଥିବା ବିହନ ଓ କଣ୍ଟା ଦୋଲିକୁ ଗତ ତା.୧୨/୦୨/୨୦୨୪ ରିଖ ଠାରୁ ତା.୨୦/୦୨/୨୦୨୪ ପର୍ଯ୍ୟନ୍ତ ଯାହାକି ୯ ଦିନ ବ୍ଯାପି ଶ୍ରଧ୍ଯା ଓ ନିଷ୍ଠାର ସହିତ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯାଇଥିଲା ଏହା ପରେ ଭଗବାନ ନଗର ପରିକ୍ରମା କରି ସମସ୍ତଙ୍କୁ ଭକ୍ତଙ୍କୁ ଦର୍ଶନ ଦେଇଥିଲେl ଏହି ଦିନ ବାବା ଅଗ୍ନି ଭୈରବ ଓ ମାଁ ମାଣିକେଶ୍ବରୀ ଙ୍କ ନିମନ୍ତେ ପୂର୍ବରୁ ପ୍ରସ୍ତୁତ କଣ୍ଟା ଡୁମା ମାଠିଆ ଗାଦିରେ ବିଜେ କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଗାଁର ଜୈନିକ ବ୍ୟକ୍ତି ରୋହିତ ନାଏକଙ୍କ ଦେହରେ ଭଗବାନ କାଳିଶି ଲାଗି ଅବିର୍ଭାବ ହୋଇଥିଲେ। ଏହାପରେ ଭଗବାନଙ୍କ କାଳିଶି ମୁଖ୍ୟ ମନ୍ଦିରରୁ ବାହାରି ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିଲେ। ଏହା ପରେ ପରେ ମାନସିକ ଧାରି ଭକ୍ତ ଓ ଶ୍ରଦ୍ଧାଳୁ ନିଜ ମାନସିକ ପ୍ରାପ୍ତ ହୃଦୟଙ୍ଗମ କରି ସେ ଅନୁସାରେ ଦେବତାଙ୍କ ଆସ୍ଥାନରେ କୁକୁଡ଼ା, ବୋଦା, ପାରା, ନଡ଼ିଆ ଭଳି ଭୋଗ ଅର୍ପଣ କରିଥିଲେ। ଭକ୍ତ ଓ ଶ୍ରଧ୍ଯାଳୁଙ୍କ ବିଶ୍ୱାସ ରହିଛି ଯେ ଏହା କରାଯିବା ଯୋଗୁଁ ସେମାନଙ୍କ ମାନସିକ ପୂରଣ ହୋଇଥାଏ ବୋଲି । ମନ୍ଦିର ଭିତରେ ଦେବତାଙ୍କ ପୂଜାର୍ଚ୍ଚନା ଶେଷ ହେବା ପରେ ମନ୍ଦିରରୁ କାଳିଶୀ ବାହାରିବା କ୍ଷଣୀ କଳିଶୀକୁ ପାଦ ପୂଜା ବୋଲି ଏକ ପୂଜାର୍ଚ୍ଚନା ଶେଷରେ ସେଠାରୁ ଝାମୁଯାତ୍ରା ପଡିଆ ଅଭିମୁଖେ ଘଣ୍ଟଘଣ୍ଟା, ହୁଳହୁଳି ବିଭିନ୍ନ ବାଦ୍ୟ ସହକାରେ ଡ଼ହ ଡ଼ହ ତତଲା ଅଗ୍ନି ଉପରେ ଦେବତାଙ୍କ କାଳିଶୀ ଚାଲିବା ବିରଳ ଦୃଶ୍ୟ ସହ ନିଜ ଭକ୍ତଙ୍କ ନିଜ ଶକ୍ତିର ପରାକାଷ୍ଠା ଦେଖାଇ ନିଜର ପରିଚୟ ପ୍ରଦର୍ଶନ କରିଥାନ୍ତି। ଦେବତାଙ୍କ ଏହି ଯାତ୍ରାରେ ମନ୍ଦିର ମୁଖ୍ୟ ପୂଜକ ରୋହିତ ନାଏକ, ସୁମନ୍ତ ନାଏକ, ରାଜନ୍ ନାଏକ, ଗଙ୍ଗାରାମ ନାଏକ, କୁମାରୁ ନାଏକ, ରଜନୀକାନ୍ତ ନାଏକ, ମନୋଜ ନାଏକ, ରମେଶ ନାଏକ, ପ୍ରଦୀପ ନାଏକ, ଅକ୍ଷୟ ନାଏକ, ଶ୍ରୀକାନ୍ତ ନାଏକ ସମେତ୍ ଗ୍ରାମବାସୀ ଙ୍କ ସହଯୋଗରେ ଯାତ୍ରା ଟି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ