।। ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ।।

Jul 2, 2023 - 12:03
 0  26
।। ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ।।

କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଧନିବାଲ୍ସା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗୁଣି ଗାରେଡ଼ି କୁ ବିଶ୍ବାସ କରି ଜଣେ ବ୍ୟକ୍ତିଙ୍କୁ ଗ୍ରାମର କିଛି ଦୁର୍ବୃତ୍ତ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଗ୍ରାମରେ ପାଞ୍ଚ ମାସରେ ପାଞ୍ଚ ଜଣ ଲୋକ ମରିଯାଇ ଥିବା ବେଳେ କାଲି ପୂର୍ବାହଣରେ ଗ୍ରାମର ବୟସ୍କ ବ୍ୟକ୍ତି ବଳରାମ ଖରାଙ୍କ ମୃତ୍ୟୁ ହୋଇଥିଲା। ଶେଷକୃତ୍ୟ ପାଇଁ ଗ୍ରାମବାସୀ ଶ୍ମଶାନକୁ ଯାଇଥିବା ବେଳେ ମହାଦେବ ଓ ମଙ୍ଗୁଳି ମଧ୍ୟ ଶ୍ମଶାନ ଯାଇଥିଲେ। ତେବେ ମହାଦେବ ଓ ମଙ୍ଗୁଳି କୁ ଗୁଣି ଗାରେଡ଼ି କରିଥିବା ସନ୍ଦେହ କରି ଗ୍ରାମବାସୀ ମହାଦେବଙ୍କ ବଚସା ହୋଇଥିଲା।

ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମର ହରି ଖରା, ଡମ୍ବରୁ ଖରା, ଅର୍ଜୁନ ଖରା, ଅଦିଆ ଖିଲ ମହାଦେବଙ୍କୁ ଟାଙ୍ଗିଆ ଚଟରେ ଆକ୍ରମଣ କରିଥିଲେ। ତେବେ ପ୍ରାଣ ବିକଳରେ ମହାଦେବ ଓ ମଙ୍ଗୁଳି ଘରକୁ ଦୌଡ଼ି ପଳାଇ ଆସିଥିଲେ ମଧ୍ୟ ଆକ୍ରମଣକାରୀ ମହାଦେବଙ୍କ ଘର ପର୍ଯ୍ୟନ୍ତ ପିଛା କରି ଟାଙ୍ଗିଆରେ ହାଣିଥିଲେ। ଫଳରେ ଘର ଭିତରେ ହିଁ ମହାଦେବଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ମଙ୍ଗୁଳି ଦୁର୍ବୃତ୍ତଙ୍କ କବଳରୁ କୌଶଳେ ଆସି ବୈପାରିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କରିବା ପରେ ବୈପାରିଗୁଡ଼ା ଥାନା ଅଧିକାରୀ ଘଟଣସ୍ଥଳକୁ ପହଞ୍ଚି ଶବକୁ ଜବତ କରିବା ସହ ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି। ଏପଟେ ସାଇଣ୍ଟିଫିକ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ