ଗାୟତ୍ରୀ ଜ୍ୟୋତି କଳସ କୁ କୋଲାବିରା ଠାରେ ଭବ୍ୟ ସ୍ବାଗତ

Dec 15, 2025 - 03:40
 0  14
ଗାୟତ୍ରୀ ଜ୍ୟୋତି କଳସ କୁ କୋଲାବିରା ଠାରେ ଭବ୍ୟ ସ୍ବାଗତ

କୋଲାବିରା, ୧୪ ।୧୨(ଫାଷ୍ଟ ନ୍ୟୁଜ ଓଡ଼ିଶା): ବନ୍ଦନୀୟା ମାତା ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତାବ୍ଦୀ ଅବସରରେ ସାନ୍ତିକୁଞ୍ଜ ହରିଦ୍ଵାରରୁ ପ୍ରଜୁଲିତ ଅଖଣ୍ଡଦୀପ ଓଡିଶା ପ୍ରଦେଶ ପରିକ୍ରମା ଅବସରରେ ରବିବାର ସଂଧ୍ୟାରେ ଏହି ରଥ କୋଲାବିରା ପହଂଚିବା ପରେ ସ୍ଥାନୀୟ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଗାୟତ୍ରୀ ଜ୍ୟୋତି କଳସ କୁ ଭକ୍ତିପୂର୍ଣ୍ଣ ଉବ୍ୟ ସ୍ବାଗତ କରାଯାଇଛି କୋଲାବିରା ଗାୟତ୍ରୀ ପରିବାରର ପରିବ୍ରାଜିକ ପଦ୍ମିନୀ ହୋତା,ମିନୀ ଟଣକାର, ଭାଇ ରାଜେଶ କୁମାର ସାହୁ, ପଣ୍ଡିତ ଗୋକୁଲ ଚନ୍ଦ୍ର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାଧାନରେ ଆୟୋଜିତ ଜ୍ୟୋତିରଥ ସ୍ବାଗତ କାର୍ଯ୍ୟକ୍ରମରେ ଜମିଦାର ବୀର ଅମରେନ୍ଦ୍ର ପ୍ରତାପ ସିଂହ,ଆଇନଜୀବୀ ପ୍ରକାଶ ଚନ୍ଦ୍ର ହୋତା,ଅଦ୍ୟାଶା ପ୍ରାଜଂଳ ବହିଦାର,ଡୋଲାରାମ ପ୍ରଧାନ, କ୍ଷୀରୋଦ ଦାସ, ଜନେକରାମ ପ୍ରଧାନ,ପ୍ରତାପ କୁମାର ସାହୁ,ଭାରତୀ ପଧାନ,ପ୍ରଭାସିନୀ ଦାସ,ଦମୟନ୍ତ ପଧାନ,ରମେଶ ସାହୁପ୍ରମୁଖଙ୍କ ସମେତ ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ରଥକୁ ସ୍ବାଗତ କରିବା ସହିତ ଧୂପ ଦିପ ଆରତୀ କରି ପୁଜାର୍ଚ୍ଚନା କରିଥିଲେ । କୋଲାବିରା ଠାରେ ସ୍ବାଗତ ପରେ ରଥ ସମାସିଂହା ଗ୍ରାମ ପରିକ୍ରମା ପଶ୍ଚାତ ରଘୁନାଥପାଲିକୁ ପହଂଚିଥିଲା ଏବଂ ସେଠାରେ ଆୟୋଜିତ ଦୀପଯଜ୍ଞରେ ବହୁ ସଂଖ୍ୟକ ଗ୍ରାମବାସି ସାମିଲ ହୋଇ ସ୍ଵାଗତ ଜଣେଇଥିଲେ । ଏଇଅବସରରେ ଓଡିଶା ପ୍ରଦେଶ ଦାଇତ୍ଵରେ ରହିଥିବା ରାମ ମୋହନ ସାହୁ ପ୍ରବଚନ ଶୁଣାଇଥିଲେ ।

କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ