ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ସଭିଏଁ ମିଶି ପ୍ରରିବେଶକୁ ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ପାଇଁ ଆହ୍ୱାନ
ନୂଆପଡା : ବିଶ୍ୱ ପରିବେଶ ଦିବସ ଅବସରରେ ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏକ ବ୍ୟାପକ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ ଏମ.ସି,ସି. ଏବଂ ଏମ.ଆର.ଏଫ. ପାର୍କ, ଜୋଂକ ଶାନ୍ତି ଉଦ୍ୟାନ ଠାରେ କରାଯାଇଥିଲା। ଏହି ଅବସରରେ ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷl ଡ଼. ସୋନିୟା ଜୈନ, କାର୍ଯ୍ୟ ନିର୍ବାହୀ ଅଧିକାରୀ କମଲାସନ ରଥ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବହୁ ସାମାଜିକ ସଂଗଠନର ସଦସ୍ୟ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା, ସ୍ୱଚ୍ଛତା ଓ ହରିତୀକରଣର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଉପସ୍ଥିତ ଅତିଥିମାନେ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଅଧିକରୁ ଅଧିକ ଗଛ ଲଗାଇବା ଓ ସେଗୁଡିକର ଯତ୍ନ ନେବାକୁ ଆହ୍ୱାନ କରିଥିଲେ। ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ବାର୍ତ୍ତା ପ୍ରଦାନ କରାଯାଇଥିଲା। ସମସ୍ତେ ମିଶି ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ପାଇଁ ସଂକଳ୍ପ ଗ୍ରହଣ କରିଥିଲେ। ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ପରିବେଶ ସଚେତନତା ବୃଦ୍ଧି କରିବା ସହ ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ଦିଗରେ ବାର୍ତ୍ତା ଦିଆଯାଇଥିଲା
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0