ଖରିଆର ରୋଡ ବିଜ୍ଞାପିତ ଅଂଚଳ ପରିଷଦ ସଭା ଗୃହରେ ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Jun 24, 2023 - 21:03
 0  31
ଖରିଆର ରୋଡ ବିଜ୍ଞାପିତ ଅଂଚଳ ପରିଷଦ ସଭା ଗୃହରେ ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା : ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଏଡ଼.ଏଟ.ଆକ୍ସନ ଓ ୟୁନିସେଫର ମିଳିତ ଉଦ୍ୟମରେ ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଏନ.ଏ.ସି. ସଭା ଗୃହରେ ଅନୁଷ୍ଟିତ ହୋଇଯାଇଛି l ଏନ.ଏ.ସି. ଅଧକ୍ଷ୍l ସୋନିୟା ଜୈନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କମଳାସନ ରଥ, ଉପାଧ୍ୟକ୍ଷ୍ୟ ନିଶାନ୍ତ ଡାଗା, ଜ଼ିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲl, ଜ଼ିଲ୍ଲା ଆଇନ ପ୍ରାଧିକରଣ ଅଧିକାରୀ ଲୋପାମୁଦ୍ରା ମଲ୍ଲ, ନୂଆପଡା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଇନ୍ଦିରା ମହାପାତ୍ର, ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ, ବ୍ୟବସାୟୀ ସଙ୍ଘ ସଭାପତି ସନ୍ଦୀପ ଶର୍ମା ଯୋଗ ଦେଇଥିବାବେଳେ ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ ଓ ୱାର୍ଡ ସଭ୍ୟ ଏହି କାର୍ଯ୍ୟକ୍ରମରେ ଯୋଗାଦେଇଥିଲେ l ଏଡ଼.ଏଟ.ଆକ୍ସନର ସରୋଜ ବାରିକ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ l କାର୍ଯ୍ୟ ନିର୍ବାହୀ ଅଧିକାରୀ କମଳାସନ ରଥ ସଭା ପରିଚାଳନା କରିଥିଲେ l ମଂଚାସୀନ ଅତିଥି ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ନିଜର ମତାମତ ରଖିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ଶ୍ରମୀକ ମୁକ୍ତ ଏନ.ଏ.ସି. ଘୋଷଣା ନିମନ୍ତେ କାର୍ଯ୍ୟ ପନ୍ଥା କରାଯାଇଥିଲା l ଅଙ୍ଗନବାଡି କର୍ମୀଙ୍କ ଦ୍ଵାରା ଶିଶୁ ଶିଶୁ ଶ୍ରମୀକ ମାଙ୍କର ତଥ୍ୟ ସଂଗ୍ରହ ଏନ.ଏ.ସି. ସ୍ତରୀୟ ଟାକ୍ସ ଫୋର୍ସ ଗଠନ, ଏନ.ଏ.ସି. ଦ୍ୱାରା ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ୱାର୍ଡ ସ୍ତରରେ ସଚେତନତା ଏବଂ ଶ୍ରମ ବିଭାଗ ଦ୍ୱାରା ଯେଉଁ ଠିକାଦାରମାନେ କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜନ କରୁଛନ୍ତି ସେମାନଙ୍କର ଲାଇସେନ୍ସ ବାତିଲ କରାଯିବ l ଶ୍ରମ ବିଭାଗ ଓ ପୁଲିସର ମିଳିତ ଉଦ୍ୟମରେ ଶିଶୁ ଶ୍ରମିକ ନିୟୋଜନ କରୁଥିବା ଅନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ଯ୍ୟlନୁଷ୍ଟlନ ପାଇଁ ନିଷ୍ପତି ନିଆଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଏଡ଼.ଏଟ.ଆକ୍ସନର ଜ଼ିଲ୍ଲା ସଂଯୋଜକ ରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ