ଖରିଆରରୋଡ ଏନ୍ ଏ ସି ରେ ବୈଧମାପ ଓଜନ ବିଭାଗ ଦ୍ୱାରା ପ୍ରବର୍ତ୍ତନ କାର୍ଯ୍ୟ ଅନୁଷ୍ଠିତ

Dec 13, 2025 - 18:57
 0  1
ଖରିଆରରୋଡ ଏନ୍ ଏ ସି ରେ ବୈଧମାପ ଓଜନ ବିଭାଗ ଦ୍ୱାରା ପ୍ରବର୍ତ୍ତନ କାର୍ଯ୍ୟ ଅନୁଷ୍ଠିତ

ନୂଆପଡା : ଖରିଆରରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବୈଧ ମାପ ଓଜନ ବିଭାଗ ଦ୍ୱାରା ପ୍ରବର୍ତ୍ତନ କାର୍ଯ୍ୟ , ଏନଫୋର୍ସମେଣ୍ଟ ଅନୁଷ୍ଠିତ l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶରେ ଉପ-ଜିଲ୍ଲାପାଳ ସୁର୍ମି ସୋରେନ୍, କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଦିଲ୍ଲୀପ କୁମାର ପାତ୍ର, ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ନୂଆପଡା ଆଇନଗତ ମାପ ନିରୀକ୍ଷକ କ୍ଷିତିଶ ରଞ୍ଜନ ଦାଶ ଏବଂ ପୃଥୁରାଜ ହାଁସଦା, ଉପ ନିୟନ୍ତ୍ରକ ଆଇନଗତ ମାପ ବିଜ୍ଞାନଙ୍କ ଦ୍ୱାରା ଏହା ଲାଗୁ କରାଯାଇଛି। ଏଥିରେ ତେଜରାତି ଦୋକାନ, କୁକୁଡ଼ା ମାଂସ ଦୋକାନ, ହାର୍ଡୱେର୍ ଷ୍ଟୋର ଇତ୍ୟାଦି 12 ଟି ବିଭିନ୍ନ ଦୋକାନ ଯାଞ୍ଚ କରାଯାଇଛି l 3 ଟି ମାମଲା ରୁଜ୍ଜୁ କରାଯାଇ 7000 ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଚଢାଉରେ ଯୋଙ୍କ ପୋଲିସ ସହଯୋଗ କରିଥିଲେ l ଆଗାମୀ ଦିନରେ ମଧ୍ୟ ଏହି ଏନଫୋର୍ସମେଣ୍ଟ ଜାରି ରହିବବୋଲି ବିଭାଗୀୟ ଅଧିକାରୀ ଜଣାଇଛନ୍ତି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ