।। ଖଡ଼ିଆଳଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ 202 ଜଣ ନିର୍ମାଣ ଶ୍ରମିକଙ୍କୁ 13 କୋଟି 93 ଲକ୍ଷ 5 ହଜାର ସରକାରଙ୍କ ତରଫରୁ ସହାୟତା ପ୍ରଦାନ ।।

Jul 19, 2023 - 17:04
 0  19
।। ଖଡ଼ିଆଳଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ  202 ଜଣ ନିର୍ମାଣ ଶ୍ରମିକଙ୍କୁ 13 କୋଟି 93 ଲକ୍ଷ 5 ହଜାର ସରକାରଙ୍କ ତରଫରୁ ସହାୟତା ପ୍ରଦାନ ।।

ନୂଆପଡା ଜ଼ିଲ୍ଲା ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ -2 ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇ ସରକାରଙ୍କ ନିର୍ମାଣ ଶ୍ରମୀକ କଲ୍ୟାଣ ଯୋଜନାରେ 1 ଲକ୍ଷ 32 ହଜାର 749 ଶ୍ରମିକଙ୍କୁ 65 କୋଟି 25 ଲକ୍ଷ 70 ହଜାର 378 ଟଙ୍କା ସହାୟତା ପ୍ରଦାନ କରିଛନ୍ତି l

ଖାଡିଆଳ ବ୍ଲକରେ ବ୍ଲକରେ 202 ଜଣ ନିର୍ମାଣ ଶ୍ରମିକଙ୍କୁ 13କୋଟି 93ଲକ୍ଷ 5 ହଜାର ସହାୟତା ପ୍ରଦାନ କରିଛନ୍ତି ବୋଲି କହିଥିଲେ l ସଭାରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ପଶ୍ଚିମ ଓଡିଶା ବିକାଶ ପାଣ୍ଠି ସଦସ୍ୟା ମନ୍ଦାକିନୀ ବାଘେଲ, ଜ଼ିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା, ଜ଼ିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର କୁମାର ବାର୍ଲl ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ହୋଇଥିଲେ ଶ୍ରମୀକ ସଂଘ ପ୍ରଦୀପ ଦଣ୍ଡସେନା ସହ ଶତାଧିକ ହିତାଧିକାରୀ ଯୋଗ ଦେଇଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ