କ୍ଷିତିଜ୍ୟୋତିଃ ଆଶ୍ରମ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

Aug 31, 2024 - 18:48
 0  10
କ୍ଷିତିଜ୍ୟୋତିଃ ଆଶ୍ରମ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତିଃ ଆଶ୍ରମ ଘଟଗାଁ ଶାଖା ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କେନ୍ଦୁଝରରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଛି ! ଏଥିରେ ଜିଲ୍ଲା ଉପମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅସୀମ କୁମାର ଦେ ଓ ପ୍ରାଧ୍ୟାପକ ଡକ୍ଟର ବିମ୍ବାଧର ବେହେରା, ଶିଶୁ ମଙ୍ଗଳ କମିଟି କେନ୍ଦୁଝର ଅଧ୍ୟକ୍ଷ ଡକ୍ଟର ବିଭୁତି ଭୂଷଣ ଦାଶ, ଭାଗବତ ଟୁଙ୍ଗି ପ୍ରଚାର ସମିତି ଜିଲ୍ଲା ସଭାପତି ମନୋଜ କୁମାର ଦାଶ, ବିଶିଷ୍ଟ ସମାଜସେବୀ ସଂଜୀବ କୁମାରସାହୁ, ଗୋପବନ୍ଧୁ ସେବା କେନ୍ଦ୍ର କେନ୍ଦୁଝରର ବୈଶାଳୀ ପ୍ରିୟ ଦର୍ଶିନୀ ଏବଂ ଶିଶୁ ମଙ୍ଗଳ କମିଟି ସଦସ୍ୟା ରାଜଶ୍ରୀ ଉପାଧ୍ୟାୟ, ବରିଷ୍ଠ ସାମ୍ବାଦିକ ନରେଶ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ରୋଗୀ ମାନଙ୍କୁ ସେଓ, କମଳା, ନାଶପାତି, ଅଙ୍ଗୁର, ଡାଳିମ୍ବ ଓ କଦଳୀ ଇତ୍ୟାଦି ପ୍ରଦାନ କରିଥିଲେ ! କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ କ୍ଷିତିଜ୍ୟୋତିଃ ଆଶ୍ରମର କେନ୍ଦ୍ର ସଂଗଠକ ବାବା ଚରମାନନ୍ଦ ଦାସ ଓ କେନ୍ଦ୍ର ପରିଚାଳକ ଅର୍ଜୁନ ଚରଣ ମହାନ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଗୋପବନ୍ଧୁ ସେବା କେନ୍ଦ୍ର କେନ୍ଦୁଝରର ସ୍ମିତା କୁଅଁର, ପ୍ରଣତି ବଳ,ତାପସ ପଣ୍ଡା, ତରଣୀ ପଲେଇ, ଦୀପକ ଦେହୁରୀ, ସଞ୍ଜୟ ପଲେଇ, ରାହାସ ଗିରି, ସରୋଜ ମହାନ୍ତ,ଦଶରଥ ମହାରଣା, ନୀତିଶ ମହାନ୍ତ, ଅମୃତ ଅନୁଭବ, ହେମାନନ୍ଦ ମହାନ୍ତ ଏବଂ କ୍ଷୀରୋଦ ମହାନ୍ତ ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ