।। କେନ୍ଦୁପତ୍ର କର୍ମଚାରୀ ସଙ୍ଘ ଖରିଆର ରୋଡ ରେଞ୍ଜ କମିଟିର ବୈଠକ ।।

Jun 18, 2023 - 11:04
 0  44
।। କେନ୍ଦୁପତ୍ର କର୍ମଚାରୀ ସଙ୍ଘ ଖରିଆର ରୋଡ ରେଞ୍ଜ କମିଟିର ବୈଠକ ।।

ନୂଆପଡା -(କୋରାପୁଟ ପ୍ରଥମ ଖବର) ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ଖରିଆର ରୋଡ ରେଞ୍ଜ କମିଟିର ବୈଠକ କୁଲିଆବନ୍ଧl ଫଡି ଘର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀଙ୍କ ଅଧ୍ଯକ୍ଷତlରେ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ଚଳିତ ବର୍ଷ ରଥ ଯାତ୍ରା ପୂର୍ବରୁ କେନ୍ଦୁପତ୍ର ତୋଳାଳୀଙ୍କୁ ପତ୍ର ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯIଇଥିଲା,ଏହା ସହ ଆସନ୍ତା ଦୁଇଦିନ ଭିତରେ ସମସ୍ତ ବକେୟା ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ଶ୍ରୀ ପାଣିଗ୍ରହୀ ଦାବି କରିଛନ୍ତି,ସଂଘର ଦାବିକୁ ଯଦି ପୁରଣ ନକରନ୍ତି ତେବେ ଭବିଷ୍ୟତରେ ଆନ୍ଦୋଳନ ଯୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି l ବୈଠକରେ ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ, ଖରିଆର ରୋଡ ରେଞ୍ଜ କମିଟି ସଭାପତି ସନ୍ତୋଷ ସାହୁ, ସମ୍ପାଦକ ଗୌତମ ବରିହା, ସହସମ୍ପାଦକ ସୂବନ୍ତ ଶବରଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ