।। କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ ଶାଖା ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ ।।

Jun 1, 2023 - 19:49
 0  61
।। କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ ଶାଖା ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ ।।

ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ରାଜ୍ୟ ଵ୍ୟାପୀ ଆନ୍ଦୋଳନ ଡାକରା କୁ ପାଳନ କରି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ଖରିଆର ଡିଭିଜନ ଶାଖା ତରଫରୁ ରାଜ୍ୟ ସମ୍ପାଦକ ଶ୍ରୀ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ନୂଆପଡା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଐତିହାସିକ ସମାବେଶ,ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଚଉଦ ଦଫା ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଗସ୍ତି ପ୍ରଧାନ ଙ୍କୁ ପ୍ରଦାନକରି ତୁରନ୍ତ ସମାଧାନ ପାଇଁ ଆହ୍ୱାନ ଦିଆଯାଇଛି।ଆଜି ସକାଳ ଆଠ ଟା ରୁ ଜିଲ୍ଲାର ୩୨୩ ଫଡ଼ି ଗ୍ରାମରୁ ପ୍ରାୟ ପନ୍ଦର ହଜାର ରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ ଷ୍ଟାଫ ନୂଆପଡା ପୋଲିସ ପଡ଼ିଆରେ ଠୁଳ ହେବା ଆରମ୍ଭ କରିଥିଲେ।ପୋଲିସ ପଡ଼ିଆରେ ପ୍ରଥମେ ବିଶାଳ ସମାବେଶ ଅନୁଷ୍ଠିତ ହୋଇ ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ବରେ ପ୍ରତିବାଦ ସଭା ଆରମ୍ଭ ହୋଇଥିଲା।ଏହି ସଭାରେ କଳାହାଣ୍ଡି ଲୋକସଭା ର ମାନ୍ୟବର ସଂସଦ ଶ୍ରୀ ବସନ୍ତ ପଣ୍ଡା ମୁଖ ଅତିଥି , ସଂଘ ର ବରିଷ୍ଠ ନେତା ପାଇକମାଲ ହେଡଚେକର ଶ୍ରୀ କୋକିଳ ସାହୁ ସମ୍ମାନୀତ ଅତିଥି ରୂପେ ସାମିଲ ହୋଇଥିଲେ।ଏକ ସରକାରୀ ସଂସ୍ଥାରେ ଶ୍ରମିକ ଶୋଷଣ ଓ ମାରଣ ନୀତି ନିହାତି ଦୁର୍ଭାଗ୍ୟ ଜନକ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ।।ନବୀନ ବାବୁଙ୍କ ନେତୃତ୍ୱରେ ଚାଲିଥିବା ରାଜ୍ୟ ସରକାର ଚାଷୀ ଓ ଶ୍ରମିକଙ୍କ ପାଇଁ ଅନ୍ଧ,ମୁକ ଓ ବଧିର ସାଜିଛି।ସଙ୍ଘ ର ନେତୃତ୍ୱ ଵିଶେଷ କରି ଶ୍ରୀ ପାଣିଗ୍ରାହୀ ଯେତେବେଳ ବି ସହଯୋଗ ମାଗିଛନ୍ତି ଆମେ ସହଯୋଗ ର ହାତ ବଢ଼େଇଛୁ ଓ ଆଗାମୀ ଦିନରେ ଯାହାବି ସହଯୋଗ ଦରକାର ପଡିବ ମୋ ତରଫରୁ ନିଶ୍ଚୟ ଦିଆଯିବ ବୋଲି ସାଂସଦ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ।ଆହୁରି ଶ୍ରୀ ପଣ୍ଡା ସଂଘ ତରଫରୁ ଏକ ପ୍ରତିନିଧି ଦଳକୁ ନୂଆଦିଲ୍ଲୀ କୁ ଆମନ୍ତ୍ରଣ କରିଥିଲେ ଓ ଜି ଏସ ଟି ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମନ ଙ୍କ ସହିତ ସାକ୍ଷାତ ଆଲୋଚନା କରି ସମସ୍ୟା ର ସମାଧାନ ପାଇଁ ସହାୟକ ହେବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ।ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହିତ କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ନବୀନ ବାବୁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅଭିଯୋଗ କରିଥିଲେ।ତୋଳାଳୀ ସହାୟତା ରାଶି ମାଗି ନ ଥିଲେ।ସମସ୍ତଙ୍କୁ କେନ୍ଦୁପତ୍ର ଲାଭାଂଶ ରୁ ବୋନସ ଦେବା ପାଇଁ ଆଗରୁ ଦାବୀ କରାଯାଇଥିଲା।କିନ୍ତୁ ସରକାର ଏହାକୁ ବିଚାର କୁ ନ ନେଇ ଉପନିର୍ବାଚନ ଜିତିବା ପାଇଁ ତୋଳାଳୀ ଓ ସିଜିନାଲ ଷ୍ଟାଫ ଙ୍କୁ ହଜାରେ ଓ ପନ୍ଦର ଶହ ସହାୟତା ଘୋଷଣା କରିଥିଲେ ଯାହା ସମସ୍ତଙ୍କୁ କ୍ଷୁବ୍ଧ କରିଛି।ବୋନସ,ଝିଅ ବାହାଘର ସହାୟତା, ଶିକ୍ଷା ସହାୟତା, ଚିକିତ୍ସା ସହାୟତା, ଇଂସେଂଟିଭି ଆଲାଉନ୍ସ, ସିଜିନାଲ ଷ୍ଟାଫ ଙ୍କ ଦରମା ବୃଦ୍ଧି, ସର୍ବନିମ୍ନ ମଜୁରୀ ବୃଦ୍ଧି ଓ ଅନ୍ୟାନ୍ୟ ଦାବିରେ ସାରା ଜିଲ୍ଲା ରୁ ହଜାର ହଜାର ତୋଳାଳୀ, ସିଜିନାଲ ଷ୍ଟାଫ ହାତରେ ପ୍ଲାକାର୍ଡ ଧରି ପୋଲିସ ପଡ଼ିଆରେ ସମାବେଶ ସରିବା ପରେ ଜିଲାପାଳ ଙ୍କ କାର୍ଯ୍ୟାଳୟ କୁ ମାର୍ଚ୍ଚ କରି ଦାବିପତ୍ର ପ୍ରଦାନ କରିଥିଲେ। ଏହି ବିଶାଳ କାର୍ଯ୍ୟକ୍ରମ ରେ ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ, ପଦ୍ମପୁର ଡିଭିଜନ ରୁ ସଂଘ ନେତା କୋକିଳ ସାହୁ,ରୁଷଭ ପ୍ରଧାନ,ଚୁଡାମଣି ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ସାମିଲ ହୋଇଥିଲେ।ଏହି ବିଶାଳ କାର୍ଯ୍ୟକ୍ରମରେ ଖଡ଼ିଆଳ ଡିଭିଜନ ର ସମସ୍ତ ନେତୃମଣ୍ଡଳୀ ଯଥା ଅବଦୁଲ ରସିଦ,ଡୋରେଶ୍ୱର ପଟେଲ,ସୁରେଶ ବେହେରା,ଭାସ୍କର ପ୍ରଧାନ,ପଦ୍ମନ ମାଝି, ବାବୁଲାଲ ପଟେଲ,ଈଶ୍ୱର ଶବର,କୈଳାଶ ସାହୁ,ସନ୍ତୋଷ ସାହୁ,ଗୌତମ ବରିହା,ସୁବନ୍ତ ଶବର, ରୁଦ୍ର ନାଗ, ନଟବର ନାଗ, କୃଷ୍ଣବଲ୍ଲଭ ବାରିକ,ମଙ୍ଗଳସାଇ ବଗର୍ତ୍ତି,ଦମନ ନାୟକ,ପ୍ରମୁଖ ନେତୃତ୍ୱ ନେଇଥିଲେ।

ନୂଆପଡା ରୁ ବିରବଲ ପ୍ରଧାନ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ