କିର୍ମିରା ଦୁର୍ଗା ପୂଜା,ମେଲାଣି ନେଲେ ମାଁ
କିର୍ମିରା:(୨୩/୧୦) କିର୍ମିରା ଅଞ୍ଚଳରେ ଦୁର୍ଗାପୂଜା ସମାରୋହରେ ପାଳିତ ହୋଇଯାଇଛି। ଶନିବାର କିର୍ତ୍ତନ,ଶଙ୍ଖ, ହୁଳହୁଳି ଦାଳେ ଦାଳେ ଏକ ବିଶାଳ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା ପୂର୍ବକ ବଡ଼ କଟା ପହଞ୍ଚି ପୂଜାର୍ଚ୍ଚନା କରିବା ସହ ଖଣ୍ଡା ଧୂଆ,ଜଳ କଳସ ଆଣି ପୂଜା ମଣ୍ଡପ ସ୍ଥାପନ, ରବିବାର ସପ୍ତମୀ ବିହିତ ପୂଜା,ଚଣ୍ଡିପାଠ ଓ ରାତ୍ରରେ ଭାଇଜିଉନ୍ତିଆ ଓଷା ପାଳନ କରାଯାଇଥିଲା। ନବମୀ, ଦଶମୀ ବିହିତ ପୂଜା ଓ ପୂର୍ଣ୍ଣ।ହୃତି ଆରତି ପୁଷ୍ପାଞ୍ଜଳି କରିବା ସହ ଅପରାଜିତା ପୂଜା ହୋଇଥିଲା। ଶକ୍ତି ମହାମାୟା ଦୁର୍ଗାଙ୍କ ଧରାବତରଣ ପରିପ୍ରେକ୍ଷୀରେ କୁଆଁରୀ କନ୍ୟା ପୂଜନ କରାଯାଇଥିଲା। ବ୍ଳକର ବାଗଡ଼ିହି,ଭାଲୁପତ୍ରା, ସୁଲାହି,ଭଉଁରା ସହ କିର୍ମିରା ଦୁର୍ଗାପୂଜାରେ ବିଧାୟକ ଟଙ୍କଧର ତ୍ରିପାଠୀ,ପୂର୍ବତନ ବିଧାୟିକା ଦିପାଳୀ ଦାସ ଦର୍ଶନ କରିଥିଲେ।ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କର୍ତ୍ତନ,ଭଜନ ସନ୍ଧ୍ୟା ଆଦିରେ ଲୋକଙ୍କୁ ବିମୋହିତ କରିଥିଲା।କିର୍ମିରା ପୂଜାରେ ଯଜାତି ପଟେଲ ସହଧର୍ମଣୀ ରୋଜି ପଟେଲ କର୍ତ୍ତା,ପୂଜକ ଅମରଜିତ ଦୁବେ ପୂଜାକାର୍ଯ୍ୟ ଦୁଲାଇ ଥିଲେ। ଗୁରବାର ଦିନ ମହାଆଡ୍ମ୍ବରରେ ଦୁଲଦୁଲି ବାଜା, ମେଲୋଡି ନୃତ୍ୟରେ ମାଁ ଙ୍କ ବିସର୍ଜନ କରାଯାଇଥିଲା। କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0