କିର୍ମିରାରେ ଯୁଗ୍ମ ଜନଶୁଣାଣି ଶିବିର

Aug 18, 2026 - 21:28
 0  4
କିର୍ମିରାରେ ଯୁଗ୍ମ ଜନଶୁଣାଣି ଶିବିର

*ଝାରସୁଗୁଡ଼ା(କିର୍ମିରା), ୧୭/୦୮:*(*ଫାଷ୍ଟ ନିଉଜ ଓଡ଼ିଶା*)କିର୍ମିରା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜି. ଆର. ରାଘବେନ୍ଦ୍ର, ଜିଲ୍ଲା ପରିଷଦ ଉନ୍ନୟନ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକ, ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଶକ୍ତି ପ୍ରସାଦ ପାଢ଼ୀ, କିର୍ମିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅବିନାଶ ଲାକ୍ରା, ସ୍ଥାନୀୟ ତହସିଲଦାର, ସହକାରୀ ଜିଲ୍ଲାପାଳ (ଅଭିଯୋଗ) ଶ୍ରୀ ମୃତ୍ୟୁଞ୍ଜୟ ଶବରଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଶୁଣିଥିଲେ। ଏହି ଶିବିରରେ ସମୁଦାୟ ୨୯ଟି ଅଭିଯୋଗ ପତ୍ର ଗୃହୀତ ହୋଇଥିଲା। ସେଥିମଧ୍ୟରୁ ୨୩ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୬ଟି ସାମୂହିକ ସମସ୍ୟା ସମ୍ବଳିତ ଦରଖାସ୍ତ ରହିଥିଲା। ଦାଖଲ ହୋଇଥିବା ଅଭିଯୋଗଗୁଡ଼ିକ ମଧ୍ୟରେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୁକ୍ତୀକରଣ, ଜମିଜମା ବିବାଦ, ରାସ୍ତାଘାଟ ନିର୍ମାଣ ଓ ମରାମତି, ସରକାରୀ ଜମି ଜବରଦଖଲ ଉଚ୍ଛେଦ, ଜମି ସୀମା ନିର୍ଦ୍ଧାରଣ, ହିତାଧିକାରୀଙ୍କୁ ମାସିକ ୩୫ କେଜି ରାସନ ଚାଉଳ ଯୋଗାଣ ଏବଂ ବର୍ଷାଜନିତ ଘର କ୍ଷତିଗ୍ରସ୍ତ ସହାୟତା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିଲା। ଜିଲ୍ଲାପାଳ ଶ୍ରୀ ଚହ୍ବାଣ ସମସ୍ତ ଅଭିଯୋଗର ତଦନ୍ତ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନ୍ୟାୟୋଚିତ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

*କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା*

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ