।। କାଳ ବୈଶାଖୀର ତାଣ୍ଡବ:ଘର ଭାଙ୍ଗି ଛିନ୍ ଛତର୍ ।।

କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଦଣ୍ଡାବାଡ଼ି ଗ୍ରାମ ପଞ୍ଚାୟତରେ କାଳ ବୈଶାଖୀ ତାଣ୍ଡବ ଯଗୁ ଘର ଛପର ଉଡ଼େଇବା ସହ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ବୈପାରିଗୁଡ଼ା ଠାରୁ ଦଣ୍ଡାବାଡ଼ି ରାସ୍ତା ଉପରେ ଗଛପଡ଼ି ରାସ୍ତା ଅବରୋଧ ହୋଇଛି , ଉଭୟ ପାର୍ସରେ ବହୁସଂଖ୍ୟାରେ ଯାନ ବାହାନ ଅଟକିଥିବା ଦେଖିବାକୁ ମିଳିଥିଲା ।
ଆଜି ଅପରାହ୍ନ ଚାରିଟାରେ କାଳବୈଶାଖିର ପ୍ରଭାବ ବୈପାରିଗୁଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି । ଅଦିନିଆ କାଳ ବୈଶାଖୀ ଦ୍ଵାରା ବୈପାରିଗୁଡ଼ା ଅଞ୍ଚଳରେ ଗଛ ଡାଳ ଭାଙ୍ଗିବା ସହ ଅନେକ ଲୋକଙ୍କ ଘରର ଛପର ଉଡ଼ି କ୍ଷୟ କ୍ଷତି ହେଇଥିବା ଇ ବୈପାରିଗୁଡ଼ା ଅଞ୍ଚଳରେ ଚର୍ଚ୍ଚା ହେଉଛି। ବୈପାରିଗୁଡ଼ା ବ୍ଲକ୍ ଦୁର୍ଗମ ଅଞ୍ଚଳ ଦଣ୍ଡାବାଡ଼ିକୁ ଯିବାକୁ ଏକ ମାତ୍ର ରାସ୍ତା ରହିଛି ସେଇ ରାସ୍ତା ଦେଇ ଅନେକ ମଟର ସାଇକେଲ , ଅଟ , ସମେତ ଲୋକେ ବସରେ ମଧ୍ୟ ଯାତାୟତ କରିଥାନ୍ତି । ତେବେ ସେଇ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା କିନ୍ତୁ ବହୁ ସୋମୟ ପରେ ମଧ୍ୟ ଅଗ୍ନିଶମ ବିଭାଗନ ପହଞ୍ଚିବାରୁ ସ୍ଥାନୀୟ ଲୋକ ଗଛ କାଟି ରାସ୍ତା ସଫା କରିଥିଲେ , ପରେ ଗାଡ଼ି ମଟର ଯାତାୟାତ ହେବାକୁ ଏକ ପ୍ରକାର ସ୍ୱାଭାବିକ ହୋଇଥିଲା ।
ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






