କଲେଜ ସମ୍ମୁଖରେ ବସ୍ ଷ୍ଟାଣ୍ଡ ହେବାକୁ ବିରୋଧ

Mar 14, 2026 - 05:45
 0  132
କଲେଜ ସମ୍ମୁଖରେ ବସ୍ ଷ୍ଟାଣ୍ଡ ହେବାକୁ ବିରୋଧ

ଝାରସୁଗୁଡା,୧୩।୩(ଫାଷ୍ଟ ନ୍ୟୁଜ ଓଡିଶା): ବ୍ରଜରାଜନଗର ଟାଉନ ୟୁନିଟ - ୨ ମୌଜାର ଖାତା ନଂ - ୬୩୩ ପ୍ଲଟ ନଂ - ୨୯୬0 କିସମ ଗୌଚର ଉପରେ ନିର୍ମାଣ ହେବାକୁ ଯାଉଥିବା ନୂଆଁ ବସ୍ ଷ୍ଟାଣ୍ଡକୁ ବିରୋଧ କରାଯାଉଛି । କାରଣ ବହୁ ପୂର୍ବରୁ ଏହାର ପଛ ପଟେ ଥିବା ପ୍ରାୟ ୫୦ ଏକରରୁ ଉର୍ଦ୍ଧ୍ବ ଜମିକୁ ଯୁବକ ଯୁବତୀ ମାନଙ୍କର ଖେଳ କୁଦ କରିବା ପାଇଁ ଏକ ଖାଲିଆକାନି ସ୍ପୋର୍ଟସ ଷ୍ଟାଡିୟମ୍ ନିର୍ମାଣ ଜାରି ରହିଛି । ଇତି ମଧ୍ୟରେ ସ୍ପୋର୍ଟସ ଷ୍ଟାଡିଅମରେ ଖେଳାଳି ମାନେ ରହିବା ଗୃହ, ଖାଇବା ପାଇଁ ଗୃହ ତଥା ଦର୍ଶକ ଗ୍ୟାଲେରୀ ଆଦି ତିଆରି ସରିଛି । ବର୍ତ୍ତମାନ ଦେଖା ଯାଉଛି ଯେ ଏହି ଖେଳ ପଡିଆର ସମ୍ମୁଖ ଭାଗ ରାସ୍ତା କଡକୁ ବସ୍ ଷ୍ଟାଣ୍ଡ ହେବବୋଲି ସେଠାରେ ଲଗାଜାଇ ଥିବା ଲିମ୍ବ, ଶାଳ, ଜାମ୍ବୁ ଆଦି ଗଛ କଟା ଯାଉଥିବା ଦେଖିବାରୁ ଜଣାପଡିଲା। ଏହା ଷ୍ଟାଡିୟମର ଏକ ମୁଖ୍ୟ ଅଂଶ ଅଟେ । ଷ୍ଟାଡିୟମ ଓ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଅଛି। ଅନ୍ୟ ପକ୍ଷରେ ଜିଲ୍ଲା କର୍ତ୍ତୃପକ୍ଷ କେଉଁ ଦୃଷ୍ଟି କୋଣରୁ ଏହି ଜାଗାକୁ ମନୋନୀତ କଲେ ତାହା ଗ୍ରାମବାସୀଙ୍କ ଗୋଚରକୁ ଆସିନାହିଁ। ଏହି ସ୍ଥାନଟି ବ୍ରଜରାଜନଗର କଲେଜ, ବ୍ରଜରାଜନଗର ସ୍ବାସ୍ଥ୍ୟ କେନ୍ଦ୍ର ଓ ବ୍ରଜରାଜନଗର ଶିଶୁ ଉଦ୍ୟାନର ମଝି ଅଂଚଳରେ ଅବସ୍ଥିତ । ଯାହା ବସ୍ ଷ୍ଟାଣ୍ଡ ଦ୍ୱାରା ହେବାକୁଥିବା ଶବ୍ଦ ପ୍ରଦୂଷଣ ତଥା ପଲୁସନ କଲେଜ ଛାତ୍ରଛାତ୍ରୀଙ୍କ ପାଠପଢା, ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀ,ଉଦ୍ୟାନରେ ଖେଳୁ ଥିବା କୋମଳମତି ଶିଶୁ ଏବଂ ଷ୍ଟାଡିୟମରେ ଖେଳୁ ଥିବା ଖେଳାଳିମାନଙ୍କ ଉପରେ ପ୍ରବଳ ମାତ୍ରାରେ ପ୍ରଭାବିତ କରିବ। ବହୁ ଦିନ ପୂର୍ବରୁ ଏହି ଜାଗାରେ ବ୍ରଜରାଜନଗର ମ୍ୟୁନିସିପାଲଟିର ଷ୍ଟାଫ୍ ମାନଙ୍କ ପାଇଁ କ୍ୱାଟର ନିର୍ମାଣ ଓ ବ୍ରଜରାଜନଗର ଏସଡିପିଓ ଅଫିସ୍ ନିର୍ମାଣ ପାଇଁ ହୋଇଥିବା ଯୋଜନାକୁ ବନ୍ଦ କରାଯାଇଥିଲା । ତେଣୁ ଏହି ଜାଗାରେ ବସ୍ ଷ୍ଟାଣ୍ଡନ କରିବା ପାଇଁ ଅଂଚଳ ବସି ବିରୋଧ କରିଛନ୍ତି ।ଏହି ଅବସରରେ ରାଧାକୃଷ୍ଣ ଉନ୍ନୟନ ପରିଷଦର କର୍ମକର୍ତା, ଖାଲିଆକାନି ଗ୍ରାମବାସୀ, କ୍ରିକେଟ ଖେଳାଳି, ଫୁଟବଲ ଖେଳାଳି ତଥା ବୁଦ୍ଧିଜୀବୀ ମହେନ୍ଦ୍ର ନାଏକ, କ୍ଷୀରୋଦ କୁମାର ପ୍ରଧାନ, ସରୋଜ ବଢାଇ, ରବିନ ପ୍ରଧାନ, କାହ୍ନା ସେଠ୍, ସୁଜିତ କୁମାର ସାହୁ, ଲରେନ୍ସ ପ୍ରଧାନ, ନିରାକାର ପ୍ରଧାନ, ଦିଲୀପ ପ୍ରଧାନ, ହେମନ୍ତ ପ୍ରଧାନ, ରୁପନାରାୟଣ ସା, ପବିତ୍ର ବିଶି ପ୍ରମୁଖ ଉପସ୍ଥିତ ଥିଲେ। ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ,ଫାଷ୍ଟ ନ୍ୟୁଜ ଓଡିଶା।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ