।। କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ।।

Aug 19, 2023 - 22:56
 0  15
।। କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): ଗତ ୫ ତାରିଖ ଦିନ ଫିରିଙ୍ଗିଆ ଠାରେ ନିରୀହ ଜନତାଙ୍କ ଉପରେ ଓଡ଼ିଶା ପୁଲିସର ଲାଠିମାଡ଼କୁ ବିରୋଧ କରି କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ଆସନ୍ତା ୨୮ ତାରିଖରେ ଫୁଲବାଣୀ ଠାରେ ବିରାଟ ପ୍ରତିବାଦ ସଭା ଓ ଶୋଭାଯାତ୍ରା ପାଇଁ ବ୍ୟାପକ ଆୟୋଜନ ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କୁଇ ସମାଜ ସମନ୍ୱୟ ସମିତି କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୧୧ ଦଫାକୁ ନେଇ ଏହି ଶୋଭାଯାତ୍ରା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିବା ବେଳେ ଯେଉଁ ୧୧ ଦଫା ଦାବି ରଖାଯାଇଛି ସେ ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳକୁ ଆହୁରି ତିବ୍ରତର କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ସମନ୍ୱୟ ସମିତିର ସଭାପତି ତଥା ମିଳିତ ମଞ୍ଚର ଉପଦେଷ୍ଟା ଲମ୍ବୋଦର କହଁର, ବରିଷ୍ଠ ଆଦିବାସୀ ନେତା ଭାସ୍କର ପ୍ରଧାନ, ପୁଷାରା କହଁର, ମନୋଜ ମଲିକ, ଉପଦେଷ୍ଟା ବିଷ୍ଣୁ ପ୍ରସାଦ ମିଶ୍ର, ମଞ୍ଚର ସାଧାରଣ ସଂପାଦକ ସତ୍ୟ ନାରାୟଣ ବେହେରା , ସଭାପତି ସମୀର ଘଟାଲ , କାର୍ଯ୍ୟକାରୀ ସଦସ୍ୟ ନିରଞ୍ଜନ ସାହୁ , ବିପ୍ରବର ସ୍ୱାଇଁ ,ତ୍ରିନାଥ ମାଝୀ , ମହେନ୍ଦ୍ର ଦିଗାଲ ବିନୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ