।। କନିଷ୍ଟ ଯନ୍ତ୍ରୀ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ।।

May 6, 2023 - 16:16
 0  205
।। କନିଷ୍ଟ ଯନ୍ତ୍ରୀ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ।।

ବୈପାରୀଗୁଡ଼ା ବ୍ଲକ୍ ରେ ଏବେ ଘୁରି ବୁଲୁଛି ଏକ ଭାଈରାଲ୍ ଭିଡିଓ । ଜଣେ କନିଷ୍ଠ ଯନ୍ତ୍ରୀ ମନରେଗା କାମର ବିଲ୍ କରି ଦେବା ପାଇଁ ଲାଞ୍ଚ ନେଉଥିବା ଭିଡିଓ ଏବେ ଏ ମୋବାଇଲ୍ ରୁ ସେ ମୋବାଇଲ୍ କୁ ଘୁରି ବୁଲୁଛି । ସୂଚନା ଅନୁଯାୟୀ ମାଠପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୂଷାପଦର୍ ଗ୍ରାମରେ ମନରେଗା ଯୋଜନାର ଖେଳ ପଡ଼ିଆ କାର୍ଯ୍ୟ କରୁଥିବା ସୂଚନା ରହିଛି। ସେହି ଖେଳ ପଡ଼ିଆ କାମର ବିଲ୍ କରିଦେବା ପାଇଁ ମାଠପଡ଼ା ଗ୍ରାମ ପଞ୍ଚାୟତର ବିଭାଗୀୟ ଯନ୍ତ୍ରୀ ଦଶ ହଜାର ଟଙ୍କା ଲାଞ୍ଚ ମାଗୁଥିବା ଏକ ଭିଡିଓ ବୈପାରିଗୁଡ଼ା ବ୍ଲକ୍ ରେ ଭାଇରଲ ହେବାରେ ଲାଗିଛି l ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ମାଠପଡ଼ା ଗ୍ରାମ ପଞ୍ଚାୟତର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଏକ ଠିକାଦାରଙ୍କୁ ବିଲ ପାସ୍ କରିଦେବା ପାଇଁ ଦଶ ହାଜର ଟଙ୍କା ଦେବା ପାଇଁ କହିଥିଲେ । କିନ୍ତୁ ଠିକାଦାର କନିଷ୍ଟ ଯନ୍ତ୍ରୀଙ୍କୁ ପାଞ୍ଚ ହଜାର ଟଙ୍କା ଦେଇଥିଲେ l ଏହି ଟଙ୍କା ଦେବା ନେବାର ଏକ ଭିଡିଓ ଏବେ ଭାଇରଲ ହେବା ସହ ଭିଡିଓ ରେ ଯନ୍ତ୍ରୀ ଜଣଙ୍କ ଏତେ କମ୍ ପଇସା କଣ ଦଉଛୁ । ଆଉ ହଜାରେ ଦିହଜାରେ ଦେଲେ କୋଣ ହେବ । କାଲି ପାଇଁ ଆଉ ପାଞ୍ଚ ହଜାର ରଖ ବୋଲି କହୁଥିବା ଶୁଣିବାକୁ ମିଳୁଛି । ତେବେ କାମ ପାଇଁ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ବିଷୟରେ କନିଷ୍ଠ ଯନ୍ତ୍ରୀଙ୍କ ସମ୍ପୃକ୍ତ ପ୍ରତିକିୟା ମିଳିପାରିନାହିଁ l ସ୍ଥାନ :- ବୈପାରିଗୁଡ଼ା କୋରାପୁଟ ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ (କୋରାପୁଟ ୧ମ ଖବର)

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ