।। କଣ୍ଟାବାଞ୍ଜି ପୋଲିସକୁ ବଡ଼ ସଫଳତା ।।

Nov 24, 2023 - 18:28
 0  14
।। କଣ୍ଟାବାଞ୍ଜି ପୋଲିସକୁ ବଡ଼ ସଫଳତା ।।

କଣ୍ଟାବାଞ୍ଜି ସହରର ଏକ ତେଲ ଗୋଦାମ ଓ କାର୍ଯ୍ୟାଳୟରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା । ପୁଲିସ ଖୋଳତାଡ଼ କରି ଚୋରି ସାମଗ୍ରୀ ଉଦ୍ଧାର ସହ ୨ପିକଅପ, ବାଇକ ସହ ସାମଗ୍ରୀ ଓ ୪ଜଣ ଦୁର୍ବୃତ୍ତ ଙ୍କୁ ଗିରଫ କରିଥିବା କଣ୍ଟାବାଞ୍ଜି ପୁଲିସ ଏସଡିପିଓ ଗୌରାଙ୍ଗ ଚରଣ ସାହୁ ଓ ଥାନାଅଧିକାରୀ ରଶ୍ମିତା ବେହେରା। ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ‌ଦେଇଛନ୍ତି । ସୂଚନା ଅନୁସ ନୁସାରେ, ମଙ୍ଗଳବାର ମଧ୍ୟ ରାତ୍ରୀରେ ସହରର ଗୋକୁଳ ଧାମ ରାସ୍ତାରେ ଥିବା ଲକ୍ଷ୍ମୀ ତେଲ ଗୋଦାମରୁ ଦୁର୍ବୁତ୍ତ ମାନେ ୨ଟି ପିକ୍‌ ଅପ୍ ଭ୍ୟାନ ବାଇକ ସହ ଗୋଦାମ କାର୍ଯ୍ୟାଳୟରେ ଥ‌ିବା ଟିଭି, ପ୍ରିଣ୍ଟର ମେସିନ, ଟଙ୍କା ଗଣା ମେସିନ, ଜେରକ୍ସ ମେସିନ, ରୂପାର ହନୁମାନ ମୂର୍ତ୍ତି, ଇନ୍‌ଭଟର୍, ବ୍ୟାଟେରୀ ଆଦି ଚୋରି ହୋଇଥିବା ଲକ୍ଷ୍ମୀ ମାଲିକ ଅଶୋକ ଅଗ୍ରୱାଲ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ ପରେ ଏସ୍‌ପିଙ୍କ ନିର୍ଦେଶରେ ଏକ ଦଳ ଗଠନ କରାଯାଇଥିଲା । ବେଲପଡା ଥାନା ଅଞ୍ଚଳରେ ଏକ ପିକ୍‌ ଅପ୍ ଭ୍ୟାନ ଧକ୍କା ହୋଇଥିବା ତଦନ୍ତକାରୀ ଦଳ ସୂଚନା ପାଇଥିଲେ । ଏହାର ତଦନ୍ତ କରିବା ବେଳେ ଚୋରି ରହସ୍ଯ ଉନ୍ମୋଚିତ ହୋଇଥିଲା । ପୁଲିସ ଚଟୁଅନକା ଗାଁ ଆରିଫ ଖାଁ (୨୦), ବବଲୁ ପଟେଲ (୨୧), ଡ଼ଙ୍ଗାମାରା ଗାଁର ରୁପଧର ବାଗ (୨୦), ପାଟଣାଗଡ଼ ଥାନା ବାଲିଆଭଟାର ନୀଳମଣି ବରିଆଙ୍କୁ ପୁଲିସ ଗିରଫ କରିଥିଲେ । ଚୋରି ସାମଗ୍ରୀ ସହ ୨ ପିକ୍‌ ଅପ୍ ଭ୍ୟାନ ସହ ବାଇକ ଉଦ୍ଧାର କରିଥିଲେ ଗିରଫ ୪ଜଣଙ୍କୁ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି । ଥାନା ଅଧୂକାରୀ ଶ୍ରୀମତୀ ରଶ୍ମିତା ବେହେରାଙ୍କ ନେତୃତ୍ୱରେ ଏସ୍‌ଆଇ ସୁରେଶ ଛତ୍ରିଆ, ଏଏସ୍‌ଆଇ ଈଶ୍ୱର ଚନ୍ଦ୍ର ମାଝୀ ଓ ଅନ୍ୟମାନେ ଏହି ଦଳରେ ସାମିଲ ଥିଲେ ।

 କଣ୍ଟାବାଞ୍ଜି ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ