ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗର ସଦସ୍ୟ ହେଲେ ଝାରସୁଗୁଡାର ସୁଧାଂଶୁଶେଖର ବଡପଣ୍ଡା
କୋଲାବିରା, ୬ ।୬(ଫାଷ୍ଟ ନ୍ୟୁଜ ଓଡିଶା) :ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସ)ର ସଦସ୍ୟ ଭାବେ ସୁଧାଂଶୁ ଶେଖର ବଡପଣ୍ଡାଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି । ବୁଧବାର ଏନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ସୂଚନାଯୋଗ୍ୟ ଯେ ଶ୍ରୀ ବଡପଣ୍ଡା କେନ୍ଦ୍ରୀୟ ସଂସ୍ଥା ଗୀତ କଂଟ୍ରୋଲର ଅଫ୍ ଇଣ୍ଡିଆ ଲିମିଟେଡର ନିର୍ଦ୍ଦେଶକ(ମାର୍କେଟ ଅପରେସନ)ଭାବେ ପୂର୍ବରୁ କାର୍ଯ୍ୟ କରି ସାରିଛନ୍ତି । ଶକ୍ତି କ୍ଷେତ୍ରରେ ତାଙ୍କର ଦୀର୍ଘବର୍ଷର ଭିଜ୍ଞତାକୁ ଆଧାର କରି ରାଜ୍ୟ ସରକାର ଏହି ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି । ଅପରପକ୍ଷେ ଶ୍ରୀ ବଡପଣ୍ଡାଙ୍କ ନିଯୁକ୍ତି ଦ୍ଵାରା ଏକପ୍ରକାର ଅଚଳ ହୋଇ ପଡିଥିବା ଓଇଆରସି ପୁଣିଥରେ ସଚଳ ହୋଇଛି । ନିକଟରେ ଓଇଆରସ ଅଧ୍ୟକ୍ଷ ପ୍ରଦୀପ କୁମାର ଜେନା ଇସ୍ତଫା ଦେଇଥିଲେ । ଫଳରେ ତିନି ବ୍ୟକ୍ତି ବିଶିଷ୍ଟ ଆୟୋଗରେ ବର୍ତମାନ କେବଳ ଜଣେ ନ୍ୟାୟିକ ସଭ୍ୟ ଭାବେ ବିଶ୍ୱଜିତ ମହାନ୍ତି ରହିଥିଲେ ।ବିଦ୍ୟୁତ୍ ନିୟାମକ ପ୍ରକ୍ରିୟାରେ ଥିବା ବିଧ ବ୍ୟବସ୍ଥା ଅନୁସାରେ ଜଣେ ସଭ୍ୟ ଦ୍ୱାରା କୌଣସି ଆଦେଶ ବା ନିର୍ଦ୍ଦେଶ ଜାରି କରାଯାଇପାରିବ ନାହିଁ କି କୌଣସି ଗୁରୁତ୍ତ୍ଵପୁର୍ଣ ମାମଲା ଶୁଣାଣି ହେବନାହିଁ । ଏହି ଦୃଷ୍ଟିରୁ ଓଇଆରସଏକ ପ୍ରକାର ସଚଳତା ବିହିନ ହୋଇ ପଡିଥିଲା । ଶ୍ରୀ ବଡପଣ୍ଡା ଝାରସୁଗୁଡା ଜିଲ୍ଲା କୁମାରବନ୍ଧ ଅଂଚଳର ସ୍ୱର୍ଗତ ବିନୟ ମୋହନ ବଡପଣ୍ଡାଏବଂ ଶ୍ରୀମତୀ ସୁନନ୍ଦା ବଡପଣ୍ଡାଙ୍କ ସୁପୁତ୍ର । ବ୍ରଜରାଜନଗର ଓପିଏମ ଉଚ୍ଚବିଦ୍ୟାଳୟରୁ ପାଠ୍ୟକ୍ରମ ଆରମ୍ଭକରି ସମ୍ବଲପୁର ଗଙ୍ଗାଧର ମେହେର ମହାବିଦ୍ୟାଳୟ, ବୁର୍ଲାରୁ ୟୁଜିସି ଏବଂ ଭାରତୀୟ ବୈଶୟିକ ସେବାରେ ଉତିର୍ଥ ଶ୍ରୀପଣ୍ଡ ସଦା ସର୍ବଦା ବିଭିନ୍ନ ଉଚ୍ଚ ପଦପଦବୀରେ ସଫଳତାର ସହ କର୍ତବ୍ୟ ପ୍ରତିପାଦନ କରି ଜିଲ୍ଲାକୁ ଗୌରବାନ୍ବିତ କରିଆସିଛନ୍ତି ତାଙ୍କର ଏହି ନିଯୁକ୍ତିରେ ଅଂଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି । ଅନେକେ ତାଙ୍କୁ ଶୁଭେଚ୍ଛବାର୍ତା ପ୍ରେରଣ କରି ସୁଭକାମନା ଜଣେଇଛନ୍ତି ।
କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
2
Dislike
0
Love
1
Funny
0
Angry
0
Sad
0
Wow
0