ଓଡ଼ିଶା କୃଷି ଅଭର ସିଓର ସଂଘର ସାଧାରଣ ପରିଷଦ ବୈଠକ

Feb 9, 2026 - 12:11
 0  6
ଓଡ଼ିଶା କୃଷି ଅଭର ସିଓର ସଂଘର ସାଧାରଣ ପରିଷଦ ବୈଠକ

ବାରିପଦା---ଗୌର ଦାସ ଗିରି ଦୁଇ ଦିନ ଧରି ଓଡ଼ିଶା କୃଷି ଅଧିଦର୍ଶକ ସଂଘର ସାଧାରଣ ବୈଠକ ବାରିପଦାସ୍ଥିତ ସହିଦ ସୃତି ଭବନଠାରେ ଏକ ସଫଳତା ଭିତରେ ଅନୁଷ୍ଠିତ ହୋଇଯାଉଛି। ଏହି ସଂଘର ରାଜ୍ୟସଭାପତି ଶ୍ରୀ ତୃଷାରକାନ୍ତି ମହାନ୍ତିଙ୍କ ପୂର୍ଣ୍ଣ ସହଯୋଗ ପ୍ରଚେଷ୍ଟା ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ବାରିପଦାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରକାଶସରେନ ମହୋଦୟ ମୁଖ୍ୟଅତିଥି ଓ ସାରଷକଣା ବିଧାୟକମାନ୍ୟବର ଭାଦବ ହଁ। ସଦା ସମ୍ମାନିୟ ଅତିଥିଭାବେ ଯୋଗଦାନ କରି ଏହି ବୈଠକରେ ଉଦବୋଧନ ଦେବା ସହ ସରକାର ଙ୍କ କୃଷି ଅଧିଦର୍ଶକ କର୍ମଚାରି ମାନଙ୍କର ଦୀର୍ଘଦିନର ଦାବୀ ଓ ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ସରକାରଙ୍କୁ ଅବଗତ କରାଇ ଏହାର ସମାଧାନ ପାଇଁ ପୂର୍ଣ୍ଣସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ସଂଘର ସାଧାରଣ ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ପ୍ରଧାନ ବିବରଣୀ ପାଠକରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଶ୍ରୀମତି କଲ୍ୟାଣୀ ପାଣିଗ୍ରାହୀ, ଦିଲ୍ଲିପ କୁମାର ଦାସ, ନବଘନ ମୁଦୁଲି ଏହି କର୍ମଚାରିଙ୍କ ମୌଳିକ ସମସ୍ୟାଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏହି ସଭାରେ ରାଜ୍ୟ ର ପ୍ରତ୍ୟେକ ମଣ୍ଡଳ ଓ ଜିଲ୍ଲା ର କୃଷି ଅଧିଦର୍ଶକ ମାନେ ଯୋଗଦାନ କରିଥିଲେ। ଜୟ ଜବାନ ଜୟକିଷାନ ନାରା ରେ ଓ ଧ୍ଵନୀ ରେ ପ୍ରକମ୍ପିତ ହେଉଥିଲା ସ୍ୱାଭାସ୍ଥଳି, ଏଥିରୁ ସ୍ପଷ୍ଟ ହେଉଥିଲା ପ୍ରମାନଙ୍କର କାର୍ଯ୍ୟ କରିବାର ଯୋଶ ଓ ଦକ୍ଷତା, ଏହିକୃଷି କର୍ମଚାରିଙ୍କ କଠିଣ ପରିଶ୍ରମ ସାଙ୍ଗକୁ ଖରା ବର୍ଷା ଶୀତ କୁ ଖାତର ନକରି ଆଜି କୃଷିର ଓ କୃଷକର ବିକାଶ ଓ ଉନ୍ନତି ର ଆଗଧାଡ଼ିର ଯୋଦ୍ଧା କହିଲେ କିଛି ଭୁଲ ହେବ ନାହିଁ।ଏମାନଙ୍କର ତୃଣମୂଳ ସ୍ତରରୁ ସବୁ କ୍ଷେତ୍ରରେ କୃଷକ ଙ୍କୁ ସହଯୋଗ ହିଁ ଆଜି କୃଷି ଜାତୀୟ ଦ୍ରବ୍ୟ ଶସ୍ୟ ଉତ୍ପାଦନ ଓ କୃଷିକ୍ଷେତ୍ରରେ ସଫଳତା ଆସିପାରିଛି। ତେଣୁ ଜୟ ଜବାନ ଓ ଜୟ କିଶାନର ଏମାନେ ହେଉଛନ୍ତି ଜଣେ ଜଣେ ସାରଥି ବା ମହାନ ସେବକ । ଏଣୁ କୃଷକ କୃଷି ଓ ଉତ୍ପାଦନ ଆଗକୁ ବଢିଲେ ଆମ ସମାଜ ଆମଦେଶ ଆଗକୁ ବଢିବ ଏବଂ ଏକ ସମୃଦ୍ଧ ଭାରତ ଗଠନରେ ସହାୟକ ହୋଇପାରିବ। ଏହି କର୍ମଚାରି ମାନେ ମାନସିକ ସ୍ତର ରେ ସୁସ୍ଥ ରହିଲେ କାର୍ଯ୍ୟ କରିବାର ଯୋଶ ମଧ୍ୟ ବଡ଼ିବ ଏଣୁ ଏହି କୃଷି କର୍ମଚାରିଙ୍କ ପ୍ରତି ସଦ ୟ ହୋଇ ସରକାର ଏହି ଦାବୀକୁ ମାନିନେବା ସହ ଏମାନଙ୍କର ଚଲାପଥ କୁ ସୁଗମ କଲେ ଆମର ଦେଶର କୃଷିର ଉନ୍ନତି ହେବା ସହ ଏକ ସମୃଦ୍ଧ ଭାରତ ଗଠନରେ ସହାୟକ ହେବ । ଏଣୁ ଏହି କର୍ମଚାରୀମାନଙ୍କର କାର୍ଯ୍ୟ ଖସଡାର ପରିବର୍ତ୍ତନ ସହ ନିୟମ ଅନୁଯାୟୀ ଚାକିରି ଅବଧିରେ ସର୍ବନିମ୍ନ ୩ଟି ପଦନ୍ନତିର ବ୍ୟବସ୍ତା ଏବଂ କୃଷି ଅଧିଦର୍ଶକ ପଦବୀ ସଂଖ୍ୟା ବୃଦ୍ଧି କରାଗଲେ ଏହି କୃଷିକର୍ମଚାରୀ ଉପକୃତ ହବା ସହ ଏକ ଶୃଙ୍ଖଳିତ ସୁସ୍ଥ ବାତାବରଣରେ ସୁସ୍ଥ ମାନସିକତାରେ କୃଷି କାର୍ଯ୍ୟରେ ଆହୁରୀ ଉନ୍ନତି ସହ କୃଷିକ୍ଷେତ୍ରରେଏକ ନୂତନ ଅଧ୍ୟାୟ ଯୋଡିହେବ ବୋଲି ବୁଦ୍ଧିଜୀବିମାନେ ମତବ୍ୟକ୍ତ କରିଛନ୍ତି। ଏହି ସଂଘ ସଫଳତାର ସହିତଏହି ସଭା କୁ ସମ୍ପନ୍ନ କରିଥିଲେ, ତୃଷାର କାନ୍ତି ମହାନ୍ତିଙ୍କର ଏହି କୃଷି ବିଭାଗରେ କାର୍ଯ୍ୟ କରିବାର ଏକାଗ୍ରତା ମନ ଭାବ ଓ ଲିଡର ସିପ ର ଦକ୍ଷତା ସବୁ ମହଲରେ ବେଶ ପ୍ରସଂଶ ନୀୟ। ବାରିପଦାରୁ -ଗୌର ଦାସ ଗିରି ଙ୍କ ରିପୋଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ