ଏମଏଲଏଙ୍କ ଠାର ପ୍ରକୃତ "ପେସା" ଗ୍ରାମସଭା କରିବାକୁ ଦାବୀ

Mar 31, 2026 - 17:13
 0  4
ଏମଏଲଏଙ୍କ ଠାର ପ୍ରକୃତ "ପେସା" ଗ୍ରାମସଭା କରିବାକୁ ଦାବୀ

ଯାମଦା ୨୯/୩:- ଭାରତ ସରକାରଙ୍କର ପଞ୍ଚାୟତିରାଜ ବିଭାଗ ଦ୍ବାରା ସିଡୁଲ୍ଡ ଅଞ୍ଚଳରେ ଜନଜାତି ଗୌରବ ଦିବସକୁ ନଭେମ୍ବର ୧୫ ତାରିଖ ଓ ଡିସେମ୍ବର ୨୪ ତାରିଖ ଜାତୀୟ ପେସା ଦିବସକୁ ପ୍ରତି ପେସା ଗ୍ରାମରେ ପାଳନା କରିବା ପାଇଁ ଭାରତ ସରକାର ଯଥାକ୍ରମେ ଗତ ୨ ନଭେମ୍ବର ୨୦୨୪ ମସିହା ଡିଓ ନଂ ଏମ ୧୧୦୧୫/ ୧୦୩/ ୨୦୨୪-ସିବି ଓ ୯ ନଭେମ୍ବର ୨୦୨୫ ଡିଓ ନଂ ୧୧୦୧୬/୧/୨୦୧୪-ପେସା(୮୫୩) କୁ ଅନୁରୂପ ଓଡିଶା ସରକାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପତ୍ର ସଂଖ୍ୟା-୨୪୦୯ ତା ୭/ ୧୧/ ୨୪ ଓ ପତ୍ର ସଂଖ୍ୟା - ୨୮୬୬ ତା ୧୫/ ୧୨/ ୨୫ ଦ୍ବାରା ନିର୍ଦ୍ଧେଶ ଦେଇଥିବା ଭାରତ ସରକାରଙ୍କର ନିର୍ଦ୍ଧେଶକୁ ଓଡିଶା ସରକାର ପ୍ରତି ପେସା ଗ୍ରାମରେ ପେସା ଗ୍ରାମସଭା ଆୟୋଜନ କରିବା କଥା କିନ୍ତୁ ତାହା ନକରି ଗୋଟିଏ ଗ୍ରାମ ପଞ୍ଚାୟତରେ ଗୋଟିଏ ଗ୍ରାମସଭା ଜିପି ଏକ୍ଟ ୧୯୬୪, ସେକ୍ସନ ୫ ଦ୍ବାରା ସିଡୁଲ୍ଡ ଏରିଆ ପାଇଁ ଉଦ୍ଧିଷ୍ଟ ପେସା ଏକ୍ଟ ୧୯୯୬, ସେକ୍ସନ ୪କୁ ଖୋଲମଖୋଲା ଉଲଙ୍ଘନ କରୁଥିବା ସମ୍ବନ୍ଧରେ ଆଦିବାସୀ ହୋ ସମାଜରୁ ଶ୍ରୀମାନ୍ ତୁରାମ୍ ଦେଓଗାମ୍ ଓ ସାନ୍ତାଳ ସମାଜରୁ ପୂର୍ବତନ ସରପଞ୍ଚ କମ୍ ସମିତି ସଭ୍ୟ ଦୁଖୁରାମ ମୁର୍ମୁ ରାଇରଙ୍ଗପୁର ବିଧାନସଭା ନିର୍ବାଚନର ବିଧାୟକ ଶ୍ରୀମାନ୍ ଜଲେନ୍ ନାଏକଙ୍କୁ ଦାବୀ ପତ୍ରଦେଇ ବିଧାୟକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏହାକୁ ଶ୍ରୀମାନ୍ ନାଏକ ଗମ୍ଭିରତାର ସହ ବିଚାର କରିବାକୁ ପ୍ରତିଶୃତି ଦେଇଥିବାର ଅଭିଯୋଗ କାରୀ ଆମ ପ୍ରତିନିଧିଙ୍କ ଠାରେ ମତ ପ୍ରକାଶ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ