।। ଇଲକ୍ଟ୍ରୋନିକ୍ସି ଓ ହାର୍ଡୱେର ବିଭାଗର ଛାତ୍ରଛାତ୍ରୀଙ୍କ ଶିଳ୍ପାନୁଷ୍ଠାନ ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Oct 1, 2023 - 00:02
 0  87
।। ଇଲକ୍ଟ୍ରୋନିକ୍ସି ଓ ହାର୍ଡୱେର ବିଭାଗର ଛାତ୍ରଛାତ୍ରୀଙ୍କ ଶିଳ୍ପାନୁଷ୍ଠାନ ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଶିଳ୍ପାନୁଷ୍ଠାନ ଏବଂ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ଇଲକ୍ଟ୍ରୋନିକ୍ସି ଓ ହାର୍ଡୱେର ବିଭାଗର ଛାତ୍ରଛାତ୍ରୀ ମାନେ ଶିଳ୍ପାନୁଷ୍ଠାନ ପରିଭ୍ରମଣ କରି ବିଭିନ୍ନ ଜ୍ଞ୍ୟାନ କୌଶଳ ଉପରେ ଶିକ୍ଷା ଲାଭ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି କାଞ୍ଚନ ଷଡଙ୍ଗୀ ଙ୍କ ତତ୍ବବଧାନ ରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯଥାକ୍ରମେ Fortem Infra Pvt Ltd ର ପୁଆଣୀଆ ଗ୍ରାମଠାରେ ଥିବା ଷ୍ଟୋନ କ୍ରସର୍ ପ୍ଲାଣ୍ଟ ଓ TPCODL ଶରଣକୁଳ ଠାରେ ଥିବା 33/11KV ସବଷ୍ଟେଶନ ପରିଭ୍ରମଣ କରି ବିଭିନ୍ନ ଶିକ୍ଷା ଗ୍ରହଣ କରିଥିଲେ। ଇଲକ୍ଟ୍ରୋନିକ୍ସ ଓ ହାର୍ଡୱେର ଛାତ୍ର ମାନେ Fortem Infra Pvt Ltd ର ପ୍ରଶିକ୍ଷକ ଗୋୖରାଙ୍ଗ ସାହୁଙ୍କ ସହ ମ୍ୟାନେଜର ପ୍ରସନ୍ନ କୁମାର ରଥ ଏବଂ TPCODL ଶରଣକୁଳ ସେକ୍ସନ 1ର ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସହୁଁ ଙ୍କ ସହଯୋଗ କ୍ରମେ ବିଭିନ୍ନ ପ୍ରକାର ମଟର ଓ ଏହାର ରକ୍ଷଣାବେକ୍ଷଣ , ଆଧୁନିକ ଇଲେକ୍ଟ୍ରିକାଲ ଯନ୍ତ୍ରପାତି ଜ୍ଞାନ କୌଶଳ ସୁରକ୍ଷିତ କାର୍ଯ୍ୟ କରିବା ବିଷୟ ଓ ଟ୍ରଂସଫୋର୍ମର, ବ୍ରେକର୍ ରକ୍ଷଣାବେକ୍ଷଣ ଉପରେ ଜ୍ଞାନ ଲାଭ କରିଥିଲେ।ଏଥିରେ ବିଦ୍ୟାଳୟ ର ନବମ ଏବଂ ଦଶମ ଶ୍ରେଣୀର 70 ଜଣ ଛାତ୍ର ଯୋଗଦେବା ବେଳେ ବିଦ୍ୟାଳୟ ର ଶିକ୍ଷକ ଙ୍କ ସମେତ ବିଭିନ୍ନ ମହଲରେ ଏହା ଶିକ୍ଷା ରେ ବିଶେଷ ଲାଭପ୍ରଦ ହେବ ବୋଲି ପ୍ରକାଶ କରିଛନ୍ତି।

ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ