।। ଇନଷ୍ଟାଗ୍ରାମ ରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ:ତିନି ବର୍ଷ ଶିଶୁ କୁ ଧରୀ ମା ଫେରାର ଘଟଣା ।।

Apr 22, 2024 - 12:12
 0  367
।। ଇନଷ୍ଟାଗ୍ରାମ ରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ:ତିନି ବର୍ଷ ଶିଶୁ କୁ ଧରୀ  ମା ଫେରାର ଘଟଣା ।।

ବଲାଙ୍ଗୀର/ଟିଟିଲାଗଡ, ତା ୧୮-୦୪:ମୋବାଇଲ୍ ଯୋଗେ ଜଣେ ବିବାହିତ ନାରୀ ତାର ୩ ବର୍ଷ ର କୋଳ ଶିଶୁ କୁ ନେଇ ନିଜ ପ୍ରେମିକ ସହ ଫେରାର ହୋଇ ଯାଇଥିଲେ । ଟିଟିଲାଗଡ଼ - ରାଉରକେଲା ରେଳବାଇ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ ଟିଟିଲାଗଡ଼ ସରକାରୀ ରେଳବାଇ ପୋଲିସ ଥାନାରେ ଏକ ନିଖୋଜ ମାମଲାର ରୁଜୁ ହୋଇ ଥିଲା । ଟିଟିଲାଗଡ଼ ରେଳବାଇ ଥାନା ଅଧିକାରୀ ବିନୟ କୁମାର ଭୋଇ ପ୍ରକାଶ କରିଛନ୍ତି ଯେ, ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚୋରମରା ଗ୍ରାମର ମଙ୍ଗଳୁ ରଣାଙ୍କ ସ୍ତ୍ରୀ ପୂର୍ଣ୍ଣମୀ ରଣା (23) ଏବଂ ତାଙ୍କରି ତିନି ବର୍ଷର ପୁଅ ସହିତ ( ମାଆ ଓ ପୁଅ )ଗତ ଆଠ ତାରିଖ ଅପରାହ୍ନ ଚାରିଟା ସମୟରେ ଟିଟିଲାଗଡ଼ ରେଳ ଷ୍ଟେସନରୁ ନିଖୋଜ ହୋଇଯାଇଥିବା ସମ୍ପର୍କରେ ଗତ 9/4/2024 ରାତ୍ର 10.30 ସମୟରେ GRP ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା । କେଶ ନମ୍ବର 20/9.4.2024 U/S 363 IPC କ୍ରମେ ଏକ ମକଦ୍ଦମା ରୁଜୁ କଲା ପରେ ଥାନାର ASI ଉମାକାନ୍ତ ଯୋଶୀ ଏବଂ ASI ରମେଶ ଚନ୍ଦ୍ର ଖଟେଇ ଭଦ୍ରକ ଜିଲ୍ଲାର ଚରମ୍ପା ଅଞ୍ଚଳରୁ ଉଦ୍ଧାର କରି ଆଣି ତାହା ସହିତ ଥିବା ଯୁବକ ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ଅଞ୍ଚଳର କସବା ଗ୍ରାମର ପ୍ରଦୀପ ଦାସ ନାମକ ଯୁବକକୁ ଟିଟିଲାଗଡ଼ ସରକାରୀ ରେଳବାଇ ପୋଲିସ ଆଣି ଅଟକ ରଖିଥିଲେ । ,ମୋବାଇଲ ଫୋନ ର ଇନଷ୍ଟାଗ୍ରାମ ଜରିଆରେ ପ୍ରେମ ସମ୍ପର୍କ ଯୋଗୁଁ ତାହା ସହିତ ପଳାୟନ କରିଥିବା ଜଣାପଡିଛି ! ଉକ୍ତ ଯୁବକ କୁ ଟିଟିଲାଗଡ କୋର୍ଟ ଚାଲାଣ କରାଯାଇ ଥିବା ବେଳେ,ଉକ୍ତ ଫେରାର ମହିଳା ଓ ଶିଶୁ ପୁତ୍ର କୁ ବଲାଙ୍ଗୀର ଶିଶୁ ଓ ମାତୃ କେନ୍ଦ୍ର କୁ ପଠାଯାଇଛି ।

ଟିଟିଲାଗଡ ରୁ ବ୍ୟୁରୋ ଚିପ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ