।। ଖଡ଼ିଆଳ ବନଖଣ୍ଡ କାର୍ଯ୍ୟାଳୟ ର କନିଷ୍ଠ ଏକାଉଣ୍ଟ।ଣ୍ଟ ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଗିରଫ ।।

May 31, 2023 - 20:44
May 31, 2023 - 20:46
 0  90
।। ଖଡ଼ିଆଳ ବନଖଣ୍ଡ କାର୍ଯ୍ୟାଳୟ ର କନିଷ୍ଠ ଏକାଉଣ୍ଟ।ଣ୍ଟ  ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଗିରଫ ।।

ନୂଆପଡା ଜିଲ୍ଲା ଅନ୍ତର୍ଗତଖଡ଼ିଆଳ ବନଖଣ୍ଡ ରେ ଫରେଷ୍ଟଗାର୍ଡ ବିନୋଦିନି କୈବର୍ତ୍ତ ଙ୍କ ଇଚ୍ଛାକୃତ ଅବସର ଗ୍ରହଣ କାଗଜାତ କରାଇ ଦେବା ନାମରେ ଖଡ଼ିଆଳ ବନଖଣ୍ଡ କାର୍ଯ୍ୟାଳୟ ର କନିଷ୍ଠ ଏକାଉଣ୍ଟନଟ ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଗିରଫ ହୋଇଛନ୍ତି। କୋରାପୁଟ ଡିଭିଜନ ଜୟପୁର, ଏବଂ ଭବାନୀପାଟଣା ଭିଜଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରି ତାଙ୍କ କାର୍ଯ୍ୟାଳୟ ଏବଂ ନିଜ ବାସ ଭବନ କୁ ଚଢ଼ାଉ କରିଥିଲେ।

କୋରାପୁଟ ଡିଭିଜନ କେଶ ନମ୍ବର ୧୬/ ୨୦୨୩ ରେ ଧାରା ୭ ପିଏ ଏମେଣ୍ଡମେଣ୍ଟ ଆଇନ ୨୦୧୮ ଅନୁଯାୟୀ ଲାଞ୍ଚ ନେଉଥିବା ଅଭିଯୋଗ ରେ ସଞ୍ଜୟ କୁମାର ବାଗଙ୍କୁ ଗିରଫ କରିଛନ୍ତି। ଖଡ଼ିଆଳ ସ୍ଥିତ ତାଙ୍କ ବାସ ଭବନ ଏବଂ ଖଡ଼ିଆଳ ବନଖଣ୍ଡ ବିଭାଗ କାର୍ଯ୍ୟାଳୟ ଉପରେ ଭିଜଲାନ୍ସ ତଦନ୍ତ କରିଛନ୍ତି। ଫରେଷ୍ଟଗାର୍ଡ ବିନୋଦିନି କୈବର୍ତ୍ତ ମାନସିକ ରୋଗୀ ହୋଇ ଇଚ୍ଛାକୃତ ଅବସର ନେଇଥିଲେ। ତାଙ୍କ ଭାଇ ମନୋଜ କୈବର୍ତ୍ତ ଙ୍କ ଠାରୁ 20.000 ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜଲାନ୍ସ ହାତରେ ଧରାପଡିଛନ୍ତି।

ନୂଆପଡା ରୁ ବିରବଲ ପ୍ରଧାନ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ