।। ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଖରିଆର ରୋଡ ସହର ଉତ୍ସବମୁଖର ।।

Jan 23, 2024 - 20:04
 0  19
।। ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଖରିଆର ରୋଡ ସହର ଉତ୍ସବମୁଖର ।।

ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖରିଆର ରୋଡ ସ୍ଥାନୀୟ ରାମ ମନ୍ଦିରରେ ପ୍ରାତଃକାଳରୁ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା, ହୋମ ଯଜ୍ଞ ଓ ପବିତ୍ର ମନ୍ତ୍ର ଉଚ୍ଚାରଣ, ଭଜନ, କୀର୍ତ୍ତନ ସାଙ୍ଗକୁ ରାମଲୀଳାରେ ଭକ୍ତି ପୂର୍ଣ ହୋଇଥିଲା ସମଗ୍ର ସହର l ପ୍ରଭୁ ଶ୍ରୀରାମଙ୍କ ସ୍ବରୂପ ଘର ଆଗରେ ପୂର୍ଣ୍ଣ କଳସ ମୁରୁଜ ଓ ରଙ୍ଗୋଲିରେ ଶ୍ରୀରାମଙ୍କୁ ଆବାହନ କ୍ରମେ ସମସ୍ତ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନରେ ରାମଲାଲାଙ୍କ ସ୍ବାଗତ ପାଇଁ ହୋଇଥିଲା ଭବ୍ୟ ଆୟୋଜନ l ସ୍ଥାନୀୟ ରାମ ମନ୍ଦିର ପରିସରରେ ଏଲ୍‌ଇଡି ସ୍କ୍ରିନ୍ ମାଧ୍ୟମରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ସିଧା ପ୍ରସାରଣକୁ ବେଶ୍ ଉତ୍କଣ୍ଠାର ସହ ଅନାଇ ବସିଥିଲେ ଅନେକ ଭକ୍ତ । ଅଯୋଧ୍ୟାରେ ପ୍ରଭୁ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ରାମପ୍ରେମରେ ଲୀନ ହୋଇଥିଲା ଖରିଆର ରୋଡ ସହର l ଏହି ପରିପ୍ରେକ୍ଷୀରେ ସନ୍ଧ୍ୟା ସମୟରେ ବନକା ଛକ ଠାରୁ ବିଶାଳ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା । ଏହି ଶୋଭା ଯାତ୍ରାରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ନରରପାଳ ଡ଼. ସୋନିୟା ଜୈନ, ଡିଆରସିୟୁ ମେମ୍ବର ଗୋଲଡି ଅଗ୍ରୱାଲ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ କମଲାସନ ରଥ ଏବଂ କାଉନସିଲର ପ୍ରମୁଖ ଓ ସହରବାସୀ ତଥା ଭିବିନ୍ନ ସଙ୍ଗଠନର ସଦସ୍ୟ ମାନେ ଏହି ଶୋଭା ଯାତ୍ରା ଯୋଗ ଦେଇଥିଲେ l ଏହି ଶୋଭା ଯାତ୍ରା ନଗର ପରିଭ୍ରମଣ କରିଥିଲାବେଳେ ହନୁମାନଙ୍କ ବେଶରେ ପଟୁଆର ବେଶ ଲୋକଙ୍କ ଆକର୍ଷଣୀ ହୋଇଥିଲାବେଳେ ଲୋକଙ୍କ ଭିଡରେ ହୁମାନଙ୍କ ସହ ସେଲ୍ଫି ନେଉଥିବାର ଦେଖିବାକୁ ମିଳିଥିଲା l ନଗର ପରିଭ୍ରମଣ ବେଳେ ଦୋକାନ ସାମନରେ ଚା,ନାସ୍ଥାର ବ୍ୟବସ୍ଥା କରାଯାଇଥିଲାବେଳେ ଅନେକ ଜାଗାରେ ସେଲ୍ଫି ପୋଏଁଟ କରାଯାଇଥିଲା ଦର୍ଶକ ମାନେ ନିଜ ନିଜ ମୋବାଇଲ ଫୋଟୋ ଉତ୍ତୋଳନ କରିବାର ଦେଖିବାକୁ ମିଳିଥିଲା l ରାତ୍ର ସମୟରେ ରାମ ମନ୍ଦିରରେ ଭିବିନ୍ନ ଭକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାବେଳେ ନୃତ୍ୟ ପରିବେଷଣ ଭକ୍ତି ଭାବରେ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ଏବଂ ଭଣ୍ଡlରାର ମଧ୍ୟ ହୋଇଥିଲା ଏଥିରେ ସହ ସହ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ