।। ଅବ୍ୟବସ୍ଥା ଘେରରେ ଲୋକାର୍ପିତ ହେଲା ବିଶ୍ଵାସ୍ତରୀୟ ଇଣ୍ଡୋର ବ୍ୟାଡ଼ମିଣ୍ଟନ ଷ୍ଟାଡିୟମ ।।

Jun 11, 2023 - 21:34
 0  10
।। ଅବ୍ୟବସ୍ଥା ଘେରରେ ଲୋକାର୍ପିତ ହେଲା ବିଶ୍ଵାସ୍ତରୀୟ ଇଣ୍ଡୋର ବ୍ୟାଡ଼ମିଣ୍ଟନ ଷ୍ଟାଡିୟମ ।।

ସର୍ବଭାରତ ସ୍ତରରେ ବଲାଙ୍ଗୀର ଜିଲ୍ଲା ଏକ ଉତ୍ତପ୍ତ ସହର ଭାବେ ବେଶ ଜଣାଶୁଣା l ବର୍ତ୍ତମାନ ଜିଲ୍ଲାର ତାପମାତ୍ରା 44 ଡିଗ୍ରୀ ଥିବାବେଳେ ଦିନ 1ଟାରେ ଅତିଥିଙ୍କ ଦ୍ୱାରା ଉଦଘାଟିତ ହେଲା ଷ୍ଟାଡିୟମ l ଚାରିପଟେ ବନ୍ଦ, ଲୋକଙ୍କ ସମାବେଶରେ ଓ ଛାତ ଉପରେ ଥିବା ଆଜବେଷ୍ଟରର ଗରମରେ ଭାଜି ହେଇଯାଉଥିଲେ ଜନତା l

ହଜାରେ ଲୋକଙ୍କ ଭିଡରେ 10ଟି ଛୋଟ ଛୋଟ ପାଣି ବିହୀନ କୁଳର l ହଲ ଭିତରେ ଥିବା ଲୋକେ ପ୍ରବଳ ପ୍ରତିବାଦ କରୁଥିଲେ, ହେଲେ ଗେଲ ଇଣ୍ଡିଆ ଦ୍ୱାରା ଦାୟିତ୍ୱରେ ଥିବା ବ୍ୟକ୍ତି ପୁରା ନିରବ l ପିଇବା ପାଣି ଦେଲେ କିନ୍ତୁ ଉତ୍ତପ୍ତ ପାଣି, ଯାହାକୁ ପିଇବା ଅସମ୍ଭବ l ଲୋକେ ହଲ ଛାଡି ଚାଲେ ଗଲେ l ପ୍ରାୟ 10 କୋଟି ଟଙ୍କାର ଷ୍ଟେଡିୟମ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ, ହେଲେ ଅବ୍ୟବସ୍ଥା ଅନେକ l ଖାଇବାକୁ ଦେଲେ, କିନ୍ତୁ 44 ଡିଗ୍ରୀ ଖୋଲା ପଡିଆରେ l

ତଥାପି କିଛି ଲୋକଙ୍କ ଉପସ୍ଥିତିରେ ପଶ୍ଚିମ ଓଡିଶାରେ କ୍ରୀଡା ଭିତ୍ତିଭୂମିକୁ ସୃଦୃଢ କରିବା ପାଇଁ ଗେଲ ଇଣ୍ଡିଆ ଲିମିଟେଡ଼ ସହାୟତାରେ ବଲାଙ୍ଗୀରର ଗାନ୍ଧିନଗର ପଡ଼ାରେ ଥିବା ପୃଥ୍ୱୀରାଜ ହାଇସ୍କୁଲ ପଡିଆରେ ଠାରେ ନିର୍ମିତ ଅତ୍ୟାଧୁନିକ ବ୍ୟାଡ଼ମିଣ୍ଟନ ଷ୍ଟାଡିୟମ ଉଦଘାଟିତ ହୋଇଯାଇଛି l ଏହି ସଭାରେ। ମୁଖ୍ୟ ଅତିଥି ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା, ବିକାଶ ଓ ଉଦ୍ୟାମିତ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପଧାନ, ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ, ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଳିଙ୍ଗ, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ, ଗେଲ ଇଣ୍ଡିଆ ଲିମିଟେଡ଼ ନିର୍ଦେଶକ ଶ୍ରୀଯୁକ୍ତ ଦୀପକ ଗୁପ୍ତା ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ସହିତ ସ୍ଥାନୀୟ ଦଳୀୟ କର୍ମୀମାନେ ପ୍ରମୁଖ ଉପସ୍ଥିତ ଥିଲେ l ଏହି ପ୍ରକଳ୍ପଟି ଗେଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ କର୍ପୋରେଟ ସାମାଜିକ ଦାୟିତ୍ୱ ଓ ଉଦ୍ୟମ ଆଧାରରେ 9 କୋଟି 90 ଲକ୍ଷ ଟଙ୍କାରେ ନିର୍ମାଣ ହୋଇଛି l ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳରେ କ୍ରୀଡାର ଭିତ୍ତି ଭୂମିକୁ ଅଧିକ ସୁଦୃଢ କରିବା ସହିତ ପ୍ରୋତ୍ସାହନ ଯୋଗାଇବ ବୋଲି ମୁଖ୍ୟ ଅତିଥି କହିଥିଲେ l

ବଲାଙ୍ଗୀର ,ରୁ ଭିଡିଓ ଜର୍ନାଳିଷ୍ଟ ମିହିର ପଟ୍ଟନାୟକ ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ