ଅବସରପ୍ରାପ୍ତ ସୈନିକଙ୍କ ପରଲୋକ
କୋଲାବିରା ବ୍ଳକ କୁଲିହାମାଲ ପଞ୍ଚାୟତ କୁଲିହାମାଲ ଗ୍ରାମର ଅବସରପ୍ରାପ୍ତ ଯବାନ ଏବଂ ଗାଁରେ ନିଜେ ନିର୍ମାଣ କରିଥିବା ଶିବ ମନ୍ଦିରର ପୂଜକ ସଚିଦାନନ୍ଦ ମରେହି ବୟସ (୬୭)ଙ୍କ ଶନିବାର ପରଲୋକ ହୋଇଯାଇଛି। ମୃତ୍ୟୁ ଶଯ୍ୟାରେ ଦୁଇ ଝୀଅ ଠଣ ସୁନ୍ଦରୀ ମରେହି ଓ ଗିରିଜା ମରେହି ଏବଂ ଏକମାତ୍ର ପୁଅ ବିରେନ୍ଦ୍ର ସିଂ ମରେହି ବୋହୂ ଚନ୍ଦ୍ରକାନ୍ତି ମରେହି ଓ ପରିବାରବର୍ଗ ଉପସ୍ଥିତ ଥିଲେ। ସେ ଜଣେ ମେଲାପି ଲୋକ ଥିବାରୁ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।ପୁଅ ବିରେନ୍ଦ୍ର ମୁଖାଗ୍ନି ଦେଇଥିଲେ।
କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0