।। ଅଜଣା ବ୍ୟକ୍ତିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।।

Apr 11, 2023 - 17:20
 0  18
।। ଅଜଣା ବ୍ୟକ୍ତିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।।

ଦାମନଯୋଡି(ପି ଏନ୍ ଏସ) ଦାମନଯୋଡି ଥାନା ଅନ୍ତର୍ଗତ ଆମ୍ବଗାଁ ଛକ ନିକଟରେ ଜଣେ ଅଜଣା ବ୍ୟକ୍ତି କ୍ଷତାକ୍ତ ହୋଇ ରକ୍ତ ଯୁଡ଼ୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ଦୁଇଜଣ ସହୃଦୟ ବ୍ୟକ୍ତି ଅଟୋ ଯୋଗେ ମାଥାଲପୁଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଖବର ନେବାରେ ଜଣାପଡିଛି ଯେ, ଦାମନଯୋଡି ମାଇନ୍ସ ରାସ୍ତାର ଆମ୍ବ ଗାଁ ଛକରେ ଜଣେ ବ୍ୟକ୍ତି ରକ୍ତ ଯୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ଦୁଇଜଣ ସହୃଦୟ ବ୍ୟକ୍ତି ଡାକ୍ତରଖାନାକୁ ନେଇଥିଲେ । ତେବେ ଉକ୍ତ ବ୍ୟକ୍ତିର ପରିଚୟ ମିଳିନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଥାନା ଏସ ଆଇ ଦୀପକ କୁମାର ପଣ୍ଡା । ମୃତ ବ୍ୟକ୍ତିର ଆନୁମାନିକ ବୟସ ୩୫ ରୁ ୪୦ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଉକ୍ତ ବ୍ୟକ୍ତିର ମୁହଁର ତଳ ଭାଗରେ ଗଭୀର ଆଘାତ ଲାଗିଥିବା ଓ ବ୍ୟକ୍ତି ଜଣକ ବହୁ ମାତ୍ରାରେ ମଦ୍ୟପାନ କରିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ଥାନା ପକ୍ଷରୁ ଏ ନେଇ ଅପମୃତ୍ୟୁ ମାମଲାରେ କେସ ନଂ ୦୬/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କୋରାପୁଟ ପଠା ଯାଇଛି । ତେବେ ଆଇନ ଅନୁଯାୟୀ ଉକ୍ତ ଅପରିଚିତ ଶବକୁ ତିନି ଦିନ ପର୍ଯ୍ୟନ୍ତ ଶବ ଗୃହରେ ରଖାଯାଇ ପରେ ସତ୍କାର କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଦାମୋନଯୋଡି ରୁ ଭାରତୀ ମିଶ୍ରଙ୍କ ରିପୋର୍ଟ 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ