।। ଅଗ୍ର ପୂଜ୍ୟ ଗଜାନନ ଙ୍କ ଧରା ଅବତରଣ କୁ ନେଇ ଆଜି ଲକ୍ଷ୍ମୀପୁର ବ୍ଲକ୍ ସଦର ଚଳ ଚଞ୍ଚଳ ହୋଇ ଉଠିଛି।।

ଲଷ୍ମୀପୁର ବ୍ଲକ୍ ସଦରର ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ସାହି ସାହିରେ ଶ୍ରୀ ଗଣେଶଙ୍କ ପୂଜା ବଡ଼ ଧୁମଧାମରେ ପାଳିତ ହୋଇଥିବା ଦେଖିବାକୁ ମିଳିଛି।ପ୍ରାୟ ୨୦ରୁ ଉର୍ଦ୍ଧ ସ୍ଥାନରେ ଆଜି ଶ୍ରୀ ଗଣେଶ ପୂଜା ପାଉଛନ୍ତି।ସାଙ୍ଗାନ୍ନା ହାଇସ୍କୁଲ୍,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ସିଦ୍ଧେଶ୍ୱରି ପବଲିକ୍ ସ୍କୁଲ୍,ଘୋଡ଼ା ବନ୍ଧ କଲୋନୀ,ଦୋରା ସାହି,ପରଜା ସାହି,ନୂଆ ବଷ୍ଟାଣ୍ଡ,ଦୋଳିଆମ୍ବ ଆଦି ଅଞ୍ଚଳରେ ଶ୍ରୀ ବିଘ୍ନେଶ ଙ୍କ ପୂଜା ପାଇଁ ସୁନ୍ଦର ସୁନ୍ଦର ଆଲୋକ ସଜା ସାଙ୍ଗକୁ ମାଇକ ଶବ୍ଦରେ ଅଞ୍ଚଳ କମ୍ପି ଉଠୁଚି।ଫଳରେ ପୂଜା ମଣ୍ଡପ ଆଗରେ ଭକ୍ତ ମାନଙ୍କ ଭିଡ ପରିଲକ୍ଷିତ ହୋଇଛି।ଏହି ପୂଜା ପାଇଁ ମୂର୍ତ୍ତି କାରିଗର ଠୁ ଆରମ୍ଭ କରି ଫଳ ଫୁଲ ଦୋକାନୀ ମାନେ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରି ପାରିଛନ୍ତି।ଫଳରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।
ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






