।। ଅଂସୁ ଘାତରେ ଜଣେ ମୃତ୍ୟୁ (ବୈପାରିଗୁଡ଼ା) ।।

Jun 10, 2023 - 15:32
 0  8
।। ଅଂସୁ ଘାତରେ ଜଣେ ମୃତ୍ୟୁ (ବୈପାରିଗୁଡ଼ା) ।।

ରାଜ୍ୟରେ ଟାଣ ଖରାର ତାପ ମାତ୍ରା ଦିନକୁ ଦିନ ବଡ଼ି ଚାଲିଥିବା ବେଳେ ଅଂଶୁଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବ୍ୟକ୍ତି ହେଲେ ଆର୍ ମାଲିଗୁଡ଼ା ଗ୍ରାମର ରଘୁରାମ ମାଳି ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ ବୈପାରିଗୁଡ଼ା ବ୍ଲକ୍ କଲାର୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମ୍ ପୁର୍ ମାଳିଗୁଡ଼ା ଗ୍ରାମର ରଘୁରାମ ମାଳି (ବୟସ ୫୦) ନିଜ ଚାଷ ଜମିରେ ପାରିବା ଚାଷ କରିଥିଲେ। ତେବେ ଚାଷ ଜମିର ବାଡ଼ କରିବାକୁ ଅପରାହ୍ନ ତିନିଟା ସମୟରେ ଗାଁ ନିକଟସ୍ଥ ଜଙ୍ଗଳରେ ରାଞ୍ଜ ଆଣିବାକୁ ବାହାରିଥିଲେ । ଗାଆଁ ଠାରୁ ଜଙ୍ଗଳରେ ଯିବା ବାଟରେ ରଘୁରାମ ଅଂଶୁଘାତରେ ଟଳି ପଡ଼ିଥିଲେ । ତେବେ ଉଭୟ ପାର୍ଶ ଦେଇ ଆସୁଥିବା ଜଣେ ବ୍ୟକ୍ତି ରଘୁରାମ ମାଳି ତଳେ ପଡ଼ିଯାଇଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ରଘୁରାମଙ୍କ ପରିବାର ସମେତ ସାହିବାସିନ୍ଦା ଘଟଣା ସ୍ଥଳକୁ ଧାଇଁ ଯାଇଥିଲେ । ଘଟଣସ୍ଥଳରେ ପହଞ୍ଚି ରଘୁରାମଙ୍କୁ ଆମ୍ବୁଲାନ୍ସ ଯୋଗେ ବୈପାରିଗୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ଡାକ୍ତର ସେଠାରେ ପରୀକ୍ଷା କରି ରଘୁରାମଙ୍କ ମୃତ୍ୟୁ ହୋଇଯାଇଥିବା ପ୍ରକାଶ କରିଥିଲେ।

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ୍ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ