।। ଯୋଗାଣ ଅଧିକାରୀ ଅଭିଷେକ ପଣ୍ଡା ଙ୍କ ଦ୍ୱାରା ଆଳୁ କେଜି ୩୫ଟଙ୍କାରେ ବିକାହେଲା ।।

Aug 11, 2024 - 14:14
Aug 11, 2024 - 14:16
 0  9
।। ଯୋଗାଣ ଅଧିକାରୀ ଅଭିଷେକ ପଣ୍ଡା ଙ୍କ ଦ୍ୱାରା ଆଳୁ କେଜି ୩୫ଟଙ୍କାରେ ବିକାହେଲା ।।

ଆଳୁ ଦର ହୁହୁ ହେଇ ବଢ଼ୁ ଥିବାରୁ ଖାଉଟି ଏବେ ମୁଣ୍ଡରେ ହାତ ଦେଇ ବସିଛି।ଏପରିକି କିଛି ଦୋକାନୀ ମାନେ ଗ୍ରାହକଙ୍କୁ ଶୋଷଣ କରିବାକୁ ମଧ୍ୟ ପଛାଉ ନାହାନ୍ତି।ନାରାୟଣ ପାଟଣା ବଜାରରେ ଥିବା କୋଉ ଦୋକାନରେ କେତେ ଦର ତାହା କବି ମୁସ୍କିଲ।କିଏ ତ ୪୫ ବିକୁଛି ତ କିଏ ୫୦ ଖାଲି ସବୁରି ମୁହଁରୁ ଆଳୁ ଆସୁନି ଛାଡ଼ି ଦେଲେ ଅନ୍ୟ କିଛି ଶୁଣିବାକୁ ମିଳୁନି।ଏନେଇ ସାଧାରଣ ଜନତା ଚିନ୍ତାରେ ଥିବାରୁ ଆଜି ରାଜ୍ୟ ସରକାର ନାରାୟଣପାଟଣା ଚାଉଳ ଗୋଦାମରେ ଯୋଗାଣ ଅଧିକାରୀ ଅଭିଷେକ ପଣ୍ଡା ଙ୍କ ଜରିଆରେ ଯୋଗାଣ ସହାୟକ ମନୋଜ ଘଣ୍ଟ ଙ୍କ ଉପସ୍ଥିତ ରହି ଆଳୁ କିଲୋ ପିଛା ୩୫ ଟଙ୍କାରେ ବିକ୍ରି କରିଛନ୍ତି।ଆଜି ନାରାୟଣ ପାଟଣା ସାପ୍ତାହିକ ହାଟ ଥିବାରୁ ଖାଉଟିଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା।ଘରର ସଦସ୍ୟ ପିଛା ତିନି କିଲୋ ଲେଖାଏଁ ଆଳୁ ପ୍ରଦାନ କରାଯାଇଥିବା ବେଳେ ସାତ କୁଇଣ୍ଟାଲ ଆଳୁ ସରିଥିଲା।ସେତିକି ନୁହେଁ ମଧ୍ୟାହ୍ନ ଭୋଜନରେ ମଧ୍ୟ ଅସୁବିଧା ଦେଖା ଦେଇଥିବାରୁ ଆଜି କିଛି ବିଦ୍ୟାଳୟର ଶିକ୍ଷକ ମାନେ ମଧ୍ୟ ଆଳୁ କିଣିବାକୁ ଲାଇନ୍ ରେ ଛିଡ଼ା ହୋଇଥିବା ନଜରକୁ ଆସିଥିଲା।ବର୍ତ୍ତମାନ ଆଳୁ ଦର ନିନ୍ତ୍ରଣ ନହେବା ଯାଏଁ ପ୍ରତ୍ୟେକ ରବିବାର ଏହି ପରି ଆଳୁ ବିକ୍ରି କରାଯିବ ବୋଲି ଶ୍ରୀଯୁକ୍ତ ପଣ୍ଡାଙ୍କ ତରଫରୁ ସୂଚନା ମିଳିଛି।

ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ