୮୧ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ

Dec 4, 2025 - 12:18
 0  24
୮୧ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୩.୧୨.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ବାଇଁ ଙ୍କ ନିର୍ଦ୍ଦେଶ କ୍ରମେ ତଥା ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ,ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ତଥା ନବରଙ୍ଗପୁର ଅବକାରୀ ଥାନା ଅଧିକାରୀ ଅଶେଷ କୁମାର ନାୟକ ଓ ବିଭାଗୀୟ କର୍ମଚାରି ମାନଙ୍କ ସହ ନବରଙ୍ଗପୁର ଥାନା ଅର୍ନ୍ତଗତ ପୁରୁଣାପାଣି ଗୁଡା ଗ୍ରାମରେ ଚଢ଼ାଉ କରି ଜଣେ ମହିଳା ଆସାମୀ ପ୍ରତିମା ଯାନୀ ନିକଟରୁ ୧୮ ( ଅଠର ) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ! ସେଭଳି ପୁରାଣାପାଣି ଗୁଡା ରେ ଜଣେ ପୁରୁଷ ଆସାମୀ ନିକଟରୁ ୧୫ ( ପନ୍ଦର ) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ! PR NO - ୧୦୧/୨୦୨୫-୨୬ ଓ PR NO - ୧୦୨/୨୯୨୫-୨୬ OF INSPECTOR OF EXCISE NABARANGPUR RANGE ରେ ମକଦ୍ଦମା ରୁଜୁ କରାଗଲା ! କୋଡିଙ୍ଗା ଥାନା ଅନ୍ତର୍ଗତ ସିରସୀ ଗ୍ରାମ ରାସ୍ତା ରେ ଜଣେ ମହିଳା ଆସାମୀ ବୃନ୍ଦାବତୀ ବିଷୋୟୀ ନିକଟରୁ ୧୩ ( ତେର ) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ! କୋଡିଙ୍ଗା ଥାନା ଅନ୍ତର୍ଗତ ମୋଦିନା୍ୟାକଗୁଡା ଗ୍ରାମ ରାସ୍ତାରେ ଜଣେ ପୁରୁଷ ଆସାମୀ ବାବୁଲି ନୟାଜ ନିକଟରୁ ୧୮ ( ଅଠର ) ଲିଟର ଚୋରା ଦେଶୀ ହାତରନ୍ଧା ମଦ ଜବତ କରାଗଲା ! ନବରଙ୍ଗପୁର ଥାନା ଅନ୍ତର୍ଗତ ପିପଲଗୁଡା ନିକଟରେ ଜଣେ ପୁରୁଷ ଆସାମୀ ସୁଶାନ୍ତ ମିର୍ଗାନ ନିକଟରୁ ୧୭ ( ସତର ) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ଓ ଗୋଟିଏ ଟିଭିଏସ୍ ଏକ୍ସଲ୍ ମପେଡ୍ ଜବତ କରାଗଲା ! VIDE PR NO - ୨୬୦/୨୦୨୫-୨୬, ୨୬୧/ ୨୦୨୫-୨୬ ଓ ୨୬୨/ ୨୦୨୫-୨୬ ନବରଙ୍ଗପୁର OF ଅବକାରୀ ଥାନା ଅଧିକାରୀ ମକଦମା ରୁଜୁ କରିଛନ୍ତି ! ସମସ୍ତ ୫ ଜଣ ଆସାମୀ ମାନଙ୍କୁ ମାନ୍ୟବର ଏସ୍.ଡି.ଜେ.ଏମ୍. ଙ୍କ ଅଦାଲତ ରେ ହାଜର କରାଗଲା ! ଏହି ଚଢାଉ ରେ ରଞ୍ଜୀ ଯାନୀ,ରିସମା ସୁନା,ସୁଧାଂଶୁ ଶେଖର ବାଘ୍, ଅକ୍ରମ ଖାଁ,ଉମେଶ ହରିଜନ ଓ ସଦା ଶିବ ଭତରା ସହଯୋଗ କରି ଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ