।। ୫ଟି ସ୍କୁଲ ନାଁରେ ଠିକାଦାର ଓ ସରକାରୀ ବାବୁ ଭଙ୍ଗା ଘରକୁ କଲେ ସବୁଜ ରଙ୍ଗ ।।

May 18, 2023 - 21:11
May 18, 2023 - 21:22
 0  331
।। ୫ଟି ସ୍କୁଲ ନାଁରେ ଠିକାଦାର ଓ ସରକାରୀ ବାବୁ ଭଙ୍ଗା ଘରକୁ କଲେ ସବୁଜ ରଙ୍ଗ ।।

ସରକାର ଲକ୍ଷ ଲକ୍ଷ ଟଙ୍କା 5ଟି ସ୍କୁଲ ପାଇଁ ଅର୍ଥ ଅନୁଦାନ କରୁଥିବା ବେଳେ ସରକାରୀ ଅର୍ଥକୁ କିଛି ସରକାରୀ, ବେସରକାରୀ ଏବଂଶାସକଙ୍କ ଦଳୀୟ ଲୋକ ମିଶିକି ଅର୍ଥ ସବୁ ହରିଲୁଟ କରିବାକୁ ପାଇଁ ପୁରୁଣା ଶ୍ରେଣୀ ଗୃହ ଗୁଡିକରେ ଭିତରେ ଭୁତ କୋଠି।ହଁ ଆଜ୍ଞା କଥା ରେ ନାହିଁ ଉପର ଚିକ୍କଣ ଭିତରେ ଫୋମ୍ପା ଭଲି ବାହାରେ ଜବରଦସ୍ତି ସବୁଜ ରଙ୍ଗ ମରାଯାଇଛି lବାହାଘରେ ଚିତ୍ରବି ଚିତ୍ର କରି ସଜା ଯାଇ ଥାଏ ଆଜ୍ଞା, ୫ ଟି ବିଦ୍ୟାଳୟର ଦୃଶ୍ୟ ଠିକ ସେମିତି ।ଆଗ କାନ୍ଥରେ ରଙ୍ଗ ମରା ଆଉ ପଛ କାନ୍ଥ ଯେମିତି କି ସେମିତି।କଳାହାଣ୍ଡି ଜିଲ୍ଲା ଥୁଆମୁଲରାମପୁର ବ୍ଳକ ର ଗୁଣପୁର ଉଚ୍ଚ ବିଦ୍ୟାଳୟର କଥା l 5ଟି କୁ ନେଇ ଜନତା ବେଶ ଖୁସି ଥିବା ବେଳେ 5ଟି ବିଦ୍ୟାଳୟ ନିର୍ମାଣ କରୁଥିବା ବାବୁମାନେ କଥା ନାହିଁ ସରକାର କା ମାଳ ରୁପିୟା ବ୍ୟାଙ୍କ ମେ ଡାଳ ଏହିପରି ନିଜ ନିଜର ବ୍ୟାଙ୍କ ବାଲାନ୍ସ ବଡାଇବାରେ ସବୁ ସମୟରେ ବ୍ୟସ୍ତ ରହିଥାନ୍ତି ବୋଲି ଅଞ୍ଚଲରେ ଚର୍ଚ୍ଚା ବିଷୟ ପାଲଟିଛି l ୫ଟି ଆସିଲା ପରେ ସବୁଜ ରଙ୍ଗ ମାର୍କେଟ ରେ ୫୦୦ ଟଙ୍କା ଆଉ କାନ୍ଥରେ ଳାଗିଗଲେ ଳକ୍ଷ ଳକ୍ଷ ଟଙ୍କା,ଇଏ କେମିତି ବିଶ୍ବସ୍ତରୀୟ ଶିକ୍ଷା ବ୍ୟବସ୍ଥା ର ରୋଲ୍ ମଡେଲ ? ଦଲିୟ କର୍ମି ପୋଷା ନାଁ ରେ ୫ଟି ତତ୍ବ ର ଉଦ୍ଭାବନ,ଏଇତ ଦେଖୁନାହାନ୍ତି ଲୋକାର୍ପିତ ହୋଇଯାଇଛି,ଳୋକ ଦେଖିବା ଯାଗାରେ ରଙ୍ଗ ଟିକେ ଟିକେ ମାରିଦିଅ। ବିଲ୍ କରିବାର ଅଛି ପରା।ଦେଖୁଥିବା ଚିତ୍ର କଳାହାଣ୍ଡି ଜିଲ୍ଲାର ବଣ ପାହାଡ ଘେରା ଆଦିବାସୀ ବହୁଳ ଅଞ୍ଚଳ ଥୁଆମୁଲରାମପୁର ବ୍ଳକ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଣୁପୁର ର ।ଅନୁସୁଚିତ ଜାତି ଓ ଜନଜାତି ଛାତ୍ର ଙ୍କ ପାଇଁ ହଷ୍ଟେଲ ମଧ୍ୟ ରହିଛି। ଶ୍ରେଣୀ ଗୃହ ମାନଙ୍କ ଅବସ୍ଥା ଦେଖିଲେ କେଉଁଠି ଭାଙ୍ଗି ଭାଙ୍ଗି ପଡ଼ିଛି। ବାହାର କାନ୍ଥରେ ଖାଲି ସବୁଜ ରଙ୍ଗ।୫ଟି ନାଁ ରେ କର୍ମି ଙ୍କୁ ଠିକାଦାର କରି ପଞ୍ଚାୟତ ଫଣ୍ଡ ରୁ , ମନରେଗା,ସିଏଫସି,ଏସେଫସି ଫଣ୍ଡ କୁ ମଧ୍ୟ ୫ଟି ରେ ବ୍ୟବହାର କରୁଛନ୍ତି।ସେଇଥି ପାଇଁ ମଧ୍ୟ ସରପଞ୍ଚ ସଂଘ ଥୁଆମୁଲରାମପୁର ବିଡ଼ିଓ ମହାଶୟ ଙ୍କୁ ଘେରିଥିଲେ। ପାଠ ପଢା ରେ ଉନ୍ନତି ନାହିଁ,କି ଶ୍ରେଣୀ ଗୃହ ମାନଙ୍କ ମରାମତି ନାହିଁ।ଭଙ୍ଗା କାନ୍ଥ, ଭଙ୍ଗା ଛାତ ,ଆଉ ଭଙ୍ଗା ପଡିଛି କବାଟ।ଖାଲି ଲୋକାର୍ପଣ କରି ଟଙ୍କା ଖଡପ ପାଇଁ ସାମ୍ନା କାନ୍ଥରେ ରଙ୍ଗ ମାରି ଦେଇଛନ୍ତି।ଖାଲି ରଙ୍ଗ ମରା ର ବିକାଶ ଯଦି ୫ଟି ହାଇସ୍କୁଲ,ଆଉ ସବୁଜ ରଙ୍ଗ ପାଞ୍ଚ ଶହ ଟଙ୍କିଆ କଲର ର ଦାମ ୬୦ ଳକ୍ଷ କେମିତି ହେଉଛି ବୁଝାପଡୁ ନାହିଁ।ଦେଖୁନାହାନ୍ତି ଜେଇ ମହାଶୟ କଥା କେମିତି ପଲଟୁଛନ୍ତି।ସବୁଜ ରଙ୍ଗ ବୋଲି ଦେଲେ ଶିକ୍ଷା ର ବିକାଶ ହୁଏ ନାହିଁ। ଶିକ୍ଷା ର ବିକାଶ ପାଇଁ ଭଲ ଶିକ୍ଷକ,ଭଲ ଶ୍ରେଣୀ ଗୃହ,ଆଉ ଉନ୍ନତମାନର ଶିକ୍ଷା,କୌଶଲ ର ଆବଶ୍ୟକ। ଶିକ୍ଷା ର ରୋ ଲ୍ ମଡେଲ ର ବାହାଃ ବାହାଃ ନେବା ବନ୍ଦ କରନ୍ତୁ। ବାସ୍ତବତା ପରଖି ଶିକ୍ଷା ବିକାଶ କରନ୍ତୁ।ଆଉ ସର୍ବଗିଲା ମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ କେବେ ନେବେ ତାହା ଦେଖିବାକୁ ବାକି ରହିଲା ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ