।। ୫ ଟି ଅଧ୍ୟକ୍ଷ ଭିକେ କାର୍ତ୍ତିକ ପାଣ୍ଡିଆ ନ ଙ୍କ ବିଷମକଟକ ଠାରେ ନିର୍ବାଚନୀ ପ୍ରଚାର ।।

Apr 25, 2024 - 21:13
 0  13
।। ୫ ଟି ଅଧ୍ୟକ୍ଷ ଭିକେ କାର୍ତ୍ତିକ ପାଣ୍ଡିଆ ନ ଙ୍କ ବିଷମକଟକ ଠାରେ ନିର୍ବାଚନୀ ପ୍ରଚାର ।।

୫ଟି ଅଧକ୍ଷ ଭି କେ କାର୍ତ୍ତିକ ପାଣ୍ଡିଆନ୍ ଙ୍କ ନିର୍ବାଚନୀ ପ୍ରଚାର ପ୍ରକ୍ରିୟା ଆରମ୍ଭ ରାୟଗଡ଼ା ଜିଲ୍ଲା ବିଷମ କଟକ ନିର୍ବାଚନ ମଣ୍ଡଳୀ ଠାରେ ଆଜି ଦକ୍ଷିଣ ଓଡ଼ିଶାରେ ୫ଟି ଅଧକ୍ଷ ଭି କେ ପାଣ୍ଡିଆନ୍ ଙ୍କ ମାରାଥନ୍ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ଏ ପରିପେକ୍ଷରେ ଆଜି ରାୟଗଡ଼ା ଜିଲ୍ଲା ବିଷମ କଟକ ଠାରେ ଅପରାହ୍ନ ପ୍ରାୟ ସମୟ ୩.୩୦ରେ ଭି କେ କାର୍ତ୍ତିକ ପାଣ୍ଡିଆନ୍ ହେଲିକପ୍ଟର ଯୋଗେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ସଭାରେ ବିଜୁ ଜନତା ଦଳର ଲୋକାଭିମୁଖୀ ଯୋଜନା ବିଷୟରେ ଜନସାଧାରଣ ଙ୍କୁ ଅବଗତ କରାଇ ବିଷମ କଟକ ନିର୍ବାଚନ ମଣ୍ଡଳୀରେ ଉନ୍ନତି ମୂଳକ କାର୍ଯ୍ଯ ପାଇଁ ସରକାର ତରଫରୁ ଦିଆ ଯାଉଥିବା ରାଶି ରେ ଉନ୍ନତି ମୂଳକ କାର୍ଯ୍ଯ ଚାଳୁରହିଥିବା ଓ ଏସି ଏସ୍ ଟି ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ସରକାରୀ ସ୍କୁଲ ହଷ୍ଟେଲରେ ରହି ଫ୍ରି ରେ ପାଠପଢ଼ା ଓ ଛାତ୍ର ଛାତ୍ରୀ ମାନଙ୍କୁ କୋଲାର୍ ସିଫ୍ ସୁବିଧା ସୁଯୋଗ ପାଇପାରିବେ ଏଥିସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସ୍ଵତନ୍ତ୍ର ପଦକ୍ଷେପ ନେଇଛନ୍ତି । ବୋଲି ନିଜ ଉଦ୍ ବୋଧନ ରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ସୂଚାଇ ଥିଲେ। ଏହି ସଭାରେ ବିଷମ କଟକ ବିଧାୟକ ପ୍ରାଥି ଅନୁସିଚିତ ଜାତି ଜନଜାତି ତଥା ପୂର୍ବ ତନ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକ। ଓ କୋରାପୁଟ ଲୋକସଭା ଆସନ ସାଂସଦ ପ୍ରାଥିନି କୌଶଲ୍ୟା ମାଝି ମଞ୍ଚାସିନ ଥିଲେ। ଏହି ସଭାରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ଜିଲ୍ଲା ସଭାପତି ଏନ୍ ଭାସ୍କର ରାଓ, ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧିର କୁମାର ଦାଶ, ଓ ବିଭିନ୍ନ ପଦାଧିକାରୀଙ୍କ ସହିତ ଦଳୀୟ କର୍ମୀ ମାନେ ଉପସ୍ଥିତ ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଗୋପାଳ ପଟ୍ଟନାୟକ, ସିବାଦେଷ୍ଟୀ , ପ୍ରମୁଖ ସଭା ପରିଚାଳନା ରେ ସହଯୋଗ କରିଥିଲେ। ଉକ୍ତ ସଭାରେ ଶତାଧିକ ଜନସାଧାରଣ ଉପସ୍ଥିତ ଥିବା ବେଳେ ବିଷମକଟକ ପୋଲିସ ବିଭାଗ ତରଫରୁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା।

ରାୟଗଡ଼ା ଜିଲ୍ଲା ମୁନିଗୁଡା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ