୪ ଜଣିଆ ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗ ଗିରଫ, ୮୭ ହଜାର ଟଙ୍କା ଜବତ
ଝାରସୁଗୁଡା,୭।୩(ଫାଷ୍ଟ ନ୍ୟୁଜ ଓଡିଶା):ଝାରସୁଗୁଡ଼ା ପୁଲିସ ‘ଅପରେସନ ନେତ୍ର’ ଜରିଆରେ ଏକ ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ବଡ଼ମାଲ ଥାନା ଅଞ୍ଚଳରେ ଘଟିଥିବା ଏକ ଚୋରି ଘଟଣାର ପର୍ଦ୍ଦାଫାଶ କରି ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଚୋରି ହୋଇଥିବା ନଗଦ ୮୭ ହଜାର ଟଙ୍କା ଜବତ କରାଯାଇଛି।ସୂଚନା ଅନୁଯାୟୀ, ଗତ ୫ ତାରିଖରେ ବଡ଼ମାଲ ଥାନାରେ ଏକ ଚୋରି ମାମଲା (କେସ ନଂ–୮୬) ରୁଜୁ ହୋଇଥିଲା। ଘଟଣାର ତଦନ୍ତ ପାଇଁ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ‘ଅପରେସନ ନେତ୍ର’ ଆରମ୍ଭ କରିଥିଲା। ଘଟଣାସ୍ଥଳରୁ ବୈଜ୍ଞାନିକ ପଦ୍ଧତିରେ ପ୍ରମାଣ ସଂଗ୍ରହ କରିବା ସହ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା। ବୈଷୟିକ ତଥ୍ୟ ଓ ଗୁପ୍ତଚର ସୂଚନା ଆଧାରରେ ପୁଲିସ ଅଭିଯୁକ୍ତମାନଙ୍କୁ କାବୁ କରିଥିଲା।ଗିରଫ ଅଭିଯୁକ୍ତମାନେ ହେଲେ ସବ୍ଦର ଅଲି (୨୫) ଗିରିଡିହ, ଝାଡ଼ଖଣ୍ଡ; ମହମ୍ମଦ ସଦ୍ଦାମ ଓରଫ ଛୋଟୁ (୨୧) ସୋନଭଦ୍ରା, ଉତ୍ତର ପ୍ରଦେଶ; ତରୁଣ ସୁମୁଥାର (୨୦) ପୁରୁଣାବସ୍ତି, ଝାରସୁଗୁଡ଼ା; ଏବଂ ଶିବା ସାହୁ (୨୨) ଖୋର୍ଦ୍ଧା ଜିଲ୍ଲାର ହୋଇଥିବାବେଳେ ବର୍ତ୍ତମାନ ମାଳିମୁଣ୍ଡା, ଝାରସୁଗୁଡ଼ାରେ ବସବାସ କରୁଛନ୍ତି। ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସେଥିସହ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖାଦେଇଲେ ତୁରନ୍ତ ନିକଟସ୍ଥ ଥାନାକୁ ଜଣାଇବାକୁ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0