୩୧ ତମ ସର୍ବଭାରତୀୟ ଟି - ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ୧୦ ତାରିଖରୁ ଆରମ୍ଭ

Dec 8, 2025 - 17:36
 0  20
୩୧ ତମ ସର୍ବଭାରତୀୟ ଟି - ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ୧୦ ତାରିଖରୁ ଆରମ୍ଭ

ବାରିପଦା - ତା :- ୦୮/୧୨/୨୦୨୫ ରିଖ ସ୍ଥାନୀୟ କନଭେଣ୍ଟ ସ୍କୁଲ ଛକ ନିକଟସ୍ଥ ଲେଟ କଟ କ୍ଲବ ଆନୁକୂଲ୍ୟରେ ୩୧ ତମ ସର୍ବଭାରତୀୟ ଟି - ଟ୍ୱେଣ୍ଟି ଡ଼ିଉଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଅଛି I ଏହି ଅବସରରେ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କମିଟିର ସଭାପତି ଗିରିଶ ଚନ୍ଦ୍ର ଦାସ, କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ବେହେରା, ସାଧାରଣ ସମ୍ପାଦକ ଦୀପକ କୁମାର ଦାଶ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ସହ ସମ୍ପାଦକ ଲକ୍ଷ୍ମୀଧର ନାୟକ, ବରିଷ୍ଠ ସଦସ୍ୟ ବିଜୟ କୁମାର ରାୟ, ନରୋତ୍ତମ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପଲବିନ୍ଦର ସିଂହ, ଅଜୟ ସିଂହ, ବିନୟ ଷଡ଼ଙ୍ଗୀ, ଦିବ୍ୟ ଲୋଚନ ଦାସ, ଗୌରବ ମହାନ୍ତି, ସୁବ୍ରତ ଲେଙ୍କା, ସମରଜିତ ଗୋସ୍ୱାମୀ, ମାନସ ମହାନ୍ତ, ରୋହିତ ଜେନା, ଦିପାନ ମାଈତି ଓ ଶାନ୍ତନୁ କର ଉପସ୍ଥିତ ଥିଲେ I ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଖଡ଼କପୁରର ସେର୍ସା, କୋଲକାତାର ଏଲ ଆର ଏସ ଏକାଡେମୀ, ଆନ୍ଧ୍ରପ୍ରଦେଶର ଇଷ୍ଟ କୋଷ୍ଟ ରେଲୱେ, ରାଞ୍ଚିର ସେର୍ସା, ଝାଡ଼ଖଣ୍ଡର ଟାଟା ଲିଓ, ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରି ୱରିୟାର୍ସ, ସମ୍ବଲପୁରର ଏମ ଏମ ସି ସି, ଭୁବନେଶ୍ୱରର ଟି ସି ସି, ରାଉରକେଲାର ଆର ସି ଏ ଓ ବାରିପଦାର ଡି ଆର କେ ସମେତ ମୋଟ ୧୦ ଟି ଦଳ ଅଂଶଗ୍ରହଣ କରିଛନ୍ତି I ପ୍ରତ୍ୟେକ ଦିନ ସକାଳ ୯ଟା ରୁ ଖେଳ ଆରମ୍ଭ ହେବା ସହ ୨ ଟି ମ୍ୟାଚ ଖେଳାଯିବ ତଥା ୧୪ ତାରିଖ ଦିନ ୧୨ ଟା ବେଳେ ଫାଇନାଲ ମ୍ୟାଚ ଖେଳାଯିବ I ପ୍ରଥମ ଦିନର ୧ମ ମ୍ୟାଚ ଡି ଆର କେ ଓ ଟାଟା ଲେଓ ଏବଂ ୨ୟ ମ୍ୟାଚ ରାଞ୍ଚି ଓ ରାଉରକେଲା ମଧ୍ୟରେ ଖେଳାଯିବ I ପୁରସ୍କାର ସ୍ୱରୂପ ଚମ୍ପିୟାନ ଦଳକୁ ୧ ଲକ୍ଷ ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ୭୦ ହଜାର ଓ ଟ୍ରଫି ପ୍ରଦାନ କରାଯିବ I ବହୁ ସଂଖ୍ୟାରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବାକୁ ଟୁର୍ଣ୍ଣାମେଣ୍ଟର ସଭାପତି ଗିରିଶ ଚନ୍ଦ୍ର ଦାସ ଅନୁରୋଧ କରିଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ