।। ୨୪ ବର୍ଷ ପରେ ମଧ୍ୟ-ବାଙ୍କେଲ କଙ୍କଡାଯୋର ବିସ୍ଥାପିତ ପରିବାର କୁ ଉପଯୁକ୍ତ କ୍ଷତି ପୂରଣ ଥଇଥାନ କୁ ନେଇ ଦାବିପତ୍ର ପ୍ରଦାନ ।।
ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ମୁରିବାହାଲବ୍ଲକ ବାଙ୍କେଲ ଗ୍ରାମପଞ୍ଚାୟତ କଙ୍କଡାଯୋର ବିସ୍ଥାପିତ ସହାୟତା ସମିତିର ଆବାହକ ଯଦୁ ତାଣ୍ଡିଙ୍କ ନେତୃତ୍ୱରେ ଟିଟିଲାଗଡ଼ଥାନା ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରତିବାଦ ସଭା କରିଥିଲେ l ପରେ ଉପଜିଲ୍ଲାପାଳଙ୍କୁ ବିସ୍ଥାପିତ ପରିବାର କୁ ଥଇଥାନ କରିବା ସହିତ ଉଚିତ କ୍ଷତିପୂରଣ ଦାବୀନେଇ ଛଅ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ l ଡ୍ୟାମ ନିର୍ମାଣ ହୋଇ ଦୀର୍ଘ 24ବର୍ଷ ହେଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ରାଶି ଓ ଥଇଥାନ କରାଯାଇନାହିଁ ବୋଲି ଅଭିଯୋଗ କରିଥିଲେ l ଯଦି ସରକାର ଦାବିପତ୍ର ର ବିଚାର ନକଲେ ଆଗକୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ l
ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହିତ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0