୨୦୨୫-୨୬ ରବି ଋତୁ ପାଇଁ ଏକ ଜିଲ୍ଲାସ୍ତରୀୟ କୃଷିଭିତ୍ତିକ ରଣନୀତି କମିଟି ବୈଠକ

Dec 10, 2025 - 15:44
 0  8
୨୦୨୫-୨୬ ରବି ଋତୁ ପାଇଁ  ଏକ ଜିଲ୍ଲାସ୍ତରୀୟ କୃଷିଭିତ୍ତିକ ରଣନୀତି କମିଟି ବୈଠକ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୦.୧୨.୨୦୨୫ ରିଖ: ସ୍ଥାନୀୟ ମିଶନ ଶକ୍ତି ୨୦୨୫-୨୬ ବର୍ଷ ପାଇଁ ଏକ ଜିଲ୍ଲା ସ୍ତରୀୟ କୃଷିଭିତ୍ତିକ ରଣନୀତି କମିଟି ବୈଠକ ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ! ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁଧୀରଞ୍ଜନ ବେହେରା କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲାରେ କାର୍ଯ୍ୟକାରି କୃଷି ଯୋଜନା, ବିଭିନ୍ନ କୃଷି କ୍ରିୟାକଳାପ ଓ ଆସନ୍ତା ରବି ଋତୁ ପାଇଁ ବିବେଚିତ କୌଶଳ ଉପସ୍ଥାପନ କରିଥିଲେ ! ଏହାସହିତ ଉଦ୍ୟାନ କୃଷି ନିର୍ଦେଶକ,କୃଷି ବିଜ୍ଞାନ କେନ୍ଦ୍ର ଉମରକୋଟ ମୁଖ୍ୟ ବୈଜ୍ଞାନିକ ଓ ପ୍ରକଳ୍ପ ନିର୍ଦ୍ଦେଶକ, ଜଳବିଭାଜିକା ମଧ୍ୟ ନିଜ-ନିଜ ବିଭାଗୀୟ କାର୍ଯ୍ୟସୂଚୀ ଓ ରବି କାଳୀନ କାର୍ଯ୍ୟଯୋଜନା ଉପସ୍ଥାପନ କରିଥିଲେ ! ଉକ୍ତ ବୈଠକରେ ବିଭିନ୍ନ ଜଳ ସମ୍ପଦ ବିଭାଗର ଅଧିକାରୀମାନେ,କୃଷି ବିଭାଗର ସମସ୍ତ ଅଧିକାରୀ ଏବଂ ଅନ୍ୟାନ୍ୟ ସଦସ୍ୟ ଉକ୍ତ ବୈଠକରେ ଯୋଗ ଦେଇଥିଲେ ! ସଭାରେ ରବି ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହେବା ସହ ଜିଲ୍ଲାପାଳ ମହୋଦୟ ପାଣିର ସଠିକ୍ ବ୍ୟବହାର ଓ ଜୀବାଶ୍ମ ସାରର ଯୁକ୍ତିସଙ୍ଗତ ବ୍ୟବହାର ପାଇଁ ଧାନ ଠାରୁ ଅଣଧାନ ଫସଲକୁ ଅଧିକ ଗୁରୁତ୍ୱ ଦେବା ବିଷୟରେ ଆଲୋଚନା କରିଥିଲେ ! ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ