୧୬ ଏବଂ ୧୯ ବର୍ଷରୁ କମ୍ ବୟସ କ୍ରିକେଟ ଖେଳାଳି ନିମନ୍ତେ ଦୁଇ ଦିନିଆ ପଞ୍ଜିକରଣ କାର୍ଯ୍ୟକ୍ରମ

Apr 5, 2025 - 20:38
 0  111
୧୬ ଏବଂ ୧୯ ବର୍ଷରୁ କମ୍ ବୟସ କ୍ରିକେଟ ଖେଳାଳି ନିମନ୍ତେ ଦୁଇ ଦିନିଆ ପଞ୍ଜିକରଣ କାର୍ଯ୍ୟକ୍ରମ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୦୫.୦୪.୨୦୨୫ ରିଖ: ସ୍ଥାନୀୟ ଷ୍ଟାଡିୟମ ପରିସରରେ ଏକ ଦୁଇ ଦିନିଆ କ୍ରିକେଟ ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ସୂଚନା ଦେଇଛନ୍ତି ! ଏହି ପଞ୍ଜିକରଣ କାର୍ଯ୍ୟକ୍ରମରେ ୧୬ ଏବଂ ୧୯ ବର୍ଷର କମ୍ ପୁରୁଷ କ୍ରିକେଟ ଖେଳାଳି ଭାଗ ନେଇପାରିବେ ! ଉକ୍ତ ସମୟରେ ଖେଳାଳି ମାନେ ନିଜ ଅନୁଷ୍ଠାନର ପ୍ରଧାନଙ୍କ ଠାରୁ ଷ୍ଟଡି ସାର୍ଟିଫିକେଟ ,ଡିଜିଟାଲ ଜନ୍ମ ପ୍ରମାଣ ପତ୍ର ଏବଂ ଆଧାର କାର୍ଡ ସାଥିରେ ଆଣିବାକୁ ହେବ ବୋଲି ସଂଘର ସହ ସମ୍ପାଦକ ଏମ. ବାଲା କୃଷ୍ଣ ରାଓ କହିଛନ୍ତି !ସେହିପରି ଏହି ଦୁଇ ଦିନିଆ ପଞ୍ଜିକରଣ ଶିବିର ପରିଚାଳନା ପାଇଁ ସଂଘର ବରିଷ୍ଟ ସଦସ୍ୟ ଅଶୋକ ନାୟକ,ଶଶାଙ୍କ ଶେଖର ବେହେରା,ଜିଲ୍ଲା କ୍ରିକେଟ କୋଚ୍ ଜି.ଚନ୍ଦ୍ରଶେଖର ଏବଂ ସୁବ୍ରତ ଗଣ୍ଡ କୁ ଦାୟିତ୍ଵ ଦିଆଯାଇଛି ବୋଲି ସଂଘର ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ