୧୧ ନଭେମ୍ବରରେ ହେବ ନୂଆପଡା ବିଧାନସଭା ଉପନିର୍ବାଚନ l ଆଜିଠାରୁ ସମଗ୍ର ଜିଲ୍ଲାରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି:ଜିଲ୍ଲାପାଳ

ନୂଆପଡା : ଭାରତ ନିର୍ବାଚନ କମିଶନ୍ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହିତ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି l ଏହି ସମ୍ବନ୍ଧରେ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ଅବଗତ କରିବା ପାଇଁ ଜିଲ୍ଲାପାଳ ମଧୂସୁଦନ ଦାଶଙ୍କ ନିର୍ଦ୍ଦେଶରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା l ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ୍ ସିଂ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ପ୍ରଫୁଲ୍ଲ କୁଜୁର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ଡି ସି ନିର୍ବାଚନ ଶେଖ୍ ନସିମ୍, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ l ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ନିର୍ବାଚନ କମିଶନ୍ ଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଗେଜେଟ୍ ନୋଟିଫିକେଶନ ୧୩ ଅକ୍ଟୋବରରେ ହେବ l ଏ ମାସରେ ନାମାଙ୍କନ ପତ୍ର ଦାଖଲ ର ଶେଷ ତାରିଖ ୨୦ , ନାମାଙ୍କନ ସ୍କୃଟିନୀ ୨୨ ତାରିଖ, ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ୨୪ ଅଛି l ନିର୍ବାଚନ ୧୧ ନଭେମ୍ବର ଏଵଂ ଗଣତି ୧୪ ନଭେମ୍ବର ତାରିଖରେ ହେବ l ନିର୍ବାଚନ ଘୋଷଣା ସହିତ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁହେଲା ବୋଲି ଜିଲ୍ଲାପାଳ କହିଥିଲେ l ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଲେ ଯେ ସମଗ୍ର ଜିଲ୍ଲାରେ ଶାନ୍ତି ପୂର୍ଣ୍ଣ,ସ୍ଵାଧୀନ ଓ ନିରପେକ୍ଷ ଭାବରେ ନିର୍ବାଚନ ହେବା ପାଇଁ ପୋଲିସ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ l ଆଦର୍ଶ ଆଚରଣ ବିଧି ସମଗ୍ର ଜିଲ୍ଲାରେ କଡାକଡି ଭାବରେ ଲଗୁହେବ l ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସେ ସମସ୍ତ ରାଜନୈତିକ ଦଳ, ଜନ ସାଧାରଣ ତଥା ସହଯୋଗ କରିବା ପାଇଁ ମିଡିଆଙ୍କୁ ଅନୁରୋଧ କରିଥିଲେ l
ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?






