ନକଲି ବିଦେଶୀ ମଦ ତିଆରି କରିବା ବେଳେ ଅବକାରୀ ନକଲି ମଦ ଜବତ କରି ଜଣେ ଅଭିଯୁକ୍ତକୁ କୋର୍ଟ ଚାଲାଣ

Sep 21, 2025 - 18:56
 0  186
ନକଲି ବିଦେଶୀ ମଦ ତିଆରି କରିବା ବେଳେ ଅବକାରୀ ନକଲି ମଦ    ଜବତ କରି ଜଣେ ଅଭିଯୁକ୍ତକୁ କୋର୍ଟ ଚାଲାଣ

ଠିପି ବନ୍ଦ ବୁଦେଶୀ ମଦ ଦୋକାନ କର୍ମଚାରୀ ନିଜେ ହାତରେ ମଦ ତିଆରି କରିବା ବେଳେ ମଦ ଜବତ କଲା ଅବକାରୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ 18/09/2025 ରିଖ ଶୁକ୍ରବାର ଦିନ ଦ୍ବିପହର ସମୟ ପାଖାପାଖି 2ଟା ବେଳେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଥୁଆମୂଳ ରାମପୁର କର୍ମଚାରୀ ରମେଶ କୁମାର ନାମ ଜଣକ କୁ କୋର୍ଟ ଚାଲାଣ କଲା ଅବକାରୀ l ହାତ ତିଆରି ବିଭିନ୍ନ ଠିପି ବନ୍ଦ ବିଦେଶୀ ମଦ ତିଆରି କରୁଥିବା ବେଳେ ଜବତ କଲା ଅବକାରୀ l ଦୀର୍ଘ 10ଘଣ୍ଟା ସମୟ ଧରି ଥୁଆମୂଳ ରାମପୁର ଅବକାରୀ ବିଭାଗ ରେ ଅଟକ ରଖି କେଶକୁ ରଫା ଦଫା କରିବା ପାଇଁ ଅଭିଯୁକ୍ତ କୁ ଅଟକ ରଖି ପଚରାଉଚରା କରୁଥିବା ଏକ ବଡ଼ ପ୍ରଶ୍ନ ବାଜି ସୃଷ୍ଟି କରୁଛି? ଗଣମାଧ୍ୟମ ପ୍ରତିନିଧି ଅବକାରୀ ଙ୍କୁ ତଥ୍ୟ ମାଗିବାରୁ ଦୁଇ ଦିନ ପରେ ତଥ୍ୟ ଦେଇ ଥିବା ସନ୍ଦେହ ଜନକ ସୃଷ୍ଟି ହେଉଥିବା ସାଧାରଣ ଜନତାରେ ଚର୍ଚ୍ଚା ହେଉଛି l କାରଣ ନିରୀହ ଗରିବ ଲୋକ ଯଦି କିଛି ଦେଶୀ ମଦ ବନ୍ଧୁ ବାନ୍ଦବଙ୍କ ସହ ପିଇବା ପାଇ ନେଇ ଘରେ ରଖି ଥିଲେ ତାହା ଜବତ କରି ସଙ୍ଗେସଙ୍ଗେ କୋର୍ଟ ଚାଲାଣ କରୁଛି l ଯେଉଁ ପରିମାଣରେ ଅବକାରୀ ବିଦେଶୀ ମଦ ସହ ମଦ ତିଆରି ସାମଗ୍ରୀ ଜବତ କରିଥିଲେ ସେହି ପରିମାଣରେ କେଶ ଲଗା ଯାଇ ନ ଥିବା ଭିତରିଆ ରହସ୍ୟ କଣ ବୋଳି ସାଧାରଣ ରେ ବଡ଼ ପ୍ରଶ୍ନ ଉଠିଛି l ଗଣମାଧ୍ୟମ ପ୍ରତିନିଧିଙ୍କୁ ପରେ ଆସିବ ଆଉ ଆମେ ସବୁ ତଥ୍ୟ ଦେଇ ଦେବୁ କହି ଦୁଇ ଦିନ ପରେ ପୁଣି ପୁରା ତଥ୍ୟ ଦେଇ ନାହିଁ କାରଣ କଣ? ସଠିକ ତଥ୍ୟ ଦେଇ ନାହାନ୍ତି ଥୁଆମୂଳ ରାମପୁର ବ୍ଲକ ଅବକାରୀ ଦାୟିତ୍ୱ ଥିବା କର୍ମଚାରୀ l କିଛି ଅର୍ଥ ଲୋଭରେ ପଡି ଅବକାରୀ କର୍ମଚାରି କେଶ କୁ ରଫା ଦଫା କରିଥିବା ରେ ଅବକାରୀ ବିଭାଗର ନିରୀକ୍ଷକ ହେମାକାନ୍ତ ସୁନା,ଏସ ଆଇ ପ୍ରଶାନ୍ତି ସ୍ୱାଇଁ,ଜିଲ୍ଲା ମୋବାଇଲ ଅବକାରୀ ଟିମ ପ୍ରଦ୍ୟୁମ୍ନ ନାଏକ,ପୃଥ୍ୱୀରାଜ ବାଗ,ସିଦ୍ଧାନ୍ତ ପଟ୍ଟନାୟକ,ରମାକାନ୍ତ ବାରିକ ସହ ଦୀପାଳି ଗୁଆ ଯାଇ ଜବତ କରିଥିଲେ l ଦେଇ ଥିବା ତଥ୍ୟ ହେଲା 11ଲିଟର 440ମି. ଲି. I ଆଉ କିଛି କେଉଁ କେଶ ଲାଗିଛି ତାହା ବି ଦେଇ ନାହିଁ l ଅଭିଯୁକ୍ତ ଜଣକ ହେଲା ରାମେଶ କୁମାର l ଏହି ବିହାରୀ ଥୁଆମୂଳ ରାମପୁର ଠିପି ବନ୍ଦ ବିଦେଶୀ ମଦ ଦୋକାନ ରେ କାମ କରୁଥିଲେ l ତେଣୁ ବିଦେଶୀ ମଦ ଦୋକାନରେ କାମ କରୁଥିବା କେତେ ଜଣ ବିହାରୀ ବାବୁମାନେ ଅବକାରୀବାବୁ ମାନଙ୍କୁ କିଛି ଆଦାନ ପ୍ରଦାନ କରିଥିବା ନେଇ ଅଞ୍ଚଳ ରେ ଚର୍ଚ୍ଚା ହେଉଛି l ଉପରସ୍ତ ପଦାଧିକାରୀ ତଦନ୍ତ କରି ନକଲି ମଦ ନ ବିକ୍ରି କରି ଅନେକ ଲୋକଙ୍କ ଶରୀର ବିଭିନ୍ନ ରୋଗରେ ପୀଡିତ ହେବା ସହ ଧନସମ୍ପତି କ୍ଷୟ କ୍ଷତି ହେଉଛି l ନକଲି ମଦ ବିକ୍ରି କରିବାକୁ ବିରୋଧ କରୁଥିଲା ପରେ ବି ବିହାରୀ ବାବୁମାନେ କିଛି ଶୁଣୁ ନ ଥିବା ସଂଗୀନ ଅଭିଯୋଗ ମଧ୍ୟ ଜନତା କରୁଥିଲେ l ଉଚିତ ମୂଲ୍ୟ ରେ ବି ବିକ୍ରି କରୁନ ଥିବା ଚର୍ଚ୍ଚା ହେଉଛି l ହେଲେ ନକଲି ମଦ କୁ ମୂଲ୍ୟ ବଡାଇ ବିକ୍ରି କୁ ନେଇ ଅନେକ ବାର ବିରୋଧ କଲେ ଆମେ ପୁଲିସ କୁ ଦେଉଛୁ, ନେତା କୁ ଦେଉଛୁ, ପର୍ବ ପର୍ବାଣି ରେ ଚାନ୍ଦା ଦେଉଛୁ ତେଣୁ ଅଧିକ ଟଙ୍କାରେ ମଦ ବିକ୍ରି କରୁଛୁ ବୋଳି କହିବା ସହ ଯାହା କରିବା କଥା କର ବୋଳି ଅଭାଷାରେ କଥାବାର୍ତ୍ତା କରୁ ଥିବା ସାମ୍ନା ଆସିଛି l ଏହା କେତେ ଯୁକ୍ତି ଯୁକ୍ତ ଅଂଚଳ କୁ ଯାଇ ତଦନ୍ତ କରି ପାରିବେ l ଖବର ପ୍ରକାଶ ହେଲା ପରେ କଣ ହେଉଛି ତାହା ଦେଖିବାକୁ ଅପେକ୍ଷା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ