ଲଗାଣ ବର୍ଷା ଜାରୀ: ଦୁର୍ଗମ ଅଞ୍ଚଳରେ ବଢୁଛି ଦୁର୍ଦ୍ଦଶା: ଝାଟିମାଟି ଘର ଭାଙ୍ଗିଲା

Oct 3, 2025 - 15:52
 0  5
ଲଗାଣ ବର୍ଷା ଜାରୀ: ଦୁର୍ଗମ ଅଞ୍ଚଳରେ ବଢୁଛି ଦୁର୍ଦ୍ଦଶା: ଝାଟିମାଟି ଘର ଭାଙ୍ଗିଲା

କନ୍ଧମାଳ:(ଫାଷ୍ଟ ନ୍ୟୁଜ ଓଡିଶା): ସମଗ୍ର କନ୍ଧମାଳ ଜିଲ୍ଲା ରେ ଲଘୁଚାପ ଜନିତ ବର୍ଷା ତୁହାକୁ ତୁହା ବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଲାଣି। କେଉଁଠି ଫସଲ ଉଜୁଡିଲାଣି ତ ଆଉ କେଉଁଠି କଚ୍ଚା ଘର ଭୁଶୁଡି ଗଲାଣି। ଏକାଧିକ ଲୋକଙ୍କ ଝାଟି ମାଟି ଘର ଭାଙ୍ଗି ଗଲାଣି। ଅନେକ ଲୋକ ନିଜ ଘର ଛାଡି ଅନ୍ୟ ଘରେ ଆଶ୍ରୟ ନେଲେଣି। ଏଭଳି ଘଟଣା ଦୁର୍ଗମ ଅଞ୍ଚଳରେ ଅଧିକ ଦେଖିବାକୁ ମିଳୁଛି। ପ୍ରକାଶ ଯେ, ଦାରିଙ୍ଗବାଡି ବ୍ଲକ ଦନେକବାଡ଼ି ପଞ୍ଚାୟତର ମାଣ୍ଡୁବାଡ଼ି ଗ୍ରାମର ରୁପା ବଳିୟାର ସିଂ ଙ୍କ କଚ୍ଚା ଘର ଭାଙ୍ଗି ଯାଇଛି। କେଉଁ ମୁହୂର୍ତ୍ତରେ ମଧ୍ୟ ସମ୍ପୂର୍ଣ୍ଣ ଭୁଶୁଡିପଡିବା ଆଶଙ୍କା କରାଯାଇଛି।

ଏବେ ରୁପା ତାଙ୍କ ପୁଅ, ବୋହୁ ଏବଂ ନାତି ନାତୁଣୀଙ୍କୁ ନେଇ ଚିନ୍ତାରେ ପଡିଯାଇଛନ୍ତି। ସେ ଜଣେ ସାମାଜିକ କର୍ମୀ ଅକ୍ଷୟ ପରିଛାଙ୍କ ଜରିଆରେ ପ୍ରଶାସନ ନିକଟରେ ଅଭିଯୋଗ ଜଣାଇଛନ୍ତି। ତେବେ କେହି ଅଧିକାରୀ କିମ୍ବା ରାଜସ୍ବ ନିରୀକ୍ଷକ ରୂପାଙ୍କ ନିକଟରେ ପହଞ୍ଚି ନ ଥିବା ଅକ୍ଷୟ କହିଛନ୍ତି। ଶୀଘ୍ର କଚ୍ଚା ଘରେ ରହୁଥିବା ଲୋକଙ୍କୁ ରାଜସ୍ବ ବିଭାଗ ପହଞ୍ଚି ପ୍ଲାଷ୍ଟିକ ପାଲ ଯୋଗାଇଦେବା ସହ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ଦାବି ହୋଇଛି। ରୂପା ଓ ତାଙ୍କ ପରିବାର କାଲିଠାରୁ ରୋଷେଇ କରିପାରି ନ ଥିବା କୁହାଯାଇଛି। ସେହିପରି ଗ୍ରୀନବାଡି ପଞ୍ଚାୟତ ଶିକପାଟା ଗ୍ରାମର ରାଣୀ ମନ୍ତ୍ରୀଙ୍କ ଘର ମଧ୍ୟ ଭାଙ୍ଗି ଯାଇଛି। ତାଙ୍କର ପରିବାରର ୬ ଜଣ ବହୁତ ହଇରାଣ ଭୋଗୁଛନ୍ତି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସରକାରୀ ସାହାଯ୍ୟ ପ୍ରଦାନ କରିବାକୁ ଦାବୀ ହେଉଛି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ