ବ୍ୟକ୍ତିତ୍ୱ ବିକାଶ ଶିବିର ଜାଗୃତି ୨୦୨୫ ଉଦଯାପିତ (ଶ୍ରଦ୍ଧାସୁମନ ଓ ଆୟୁଷ ହେଲେ ସର୍ବଶେଷ୍ଠ ଶିବିରାର୍ଥୀ)

ବାରିପଦା - ତା :- ୦୫/୧୦/୨୫ ରିଖ ସ୍ଥାନୀୟ ମଧୁବନ ସ୍ଥିତ ଚିନ୍ମୟ ମିଶନ ଆନୁକୂଲ୍ୟରେ ତିନିଦିନ ଧରି ୧୭ତମ ବ୍ୟକ୍ତିତ୍ୱ ବିକାଶ ଶିବିର 'ଜାଗୃତି ୨୦୨୫' ଉଦଯାପିତ ହୋଇଯାଇଛି I ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ବରିଷ୍ଠ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ଯୋଗଦେଇ ଶିବିରର ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିଲେ l ରାଉଲକେଲା ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରିଣୀ ପ୍ରତିଭା ଚୈତନ୍ୟ ଓ ଉଦଳା ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ଅଚୁତ୍ୟ ଚୈତନ୍ୟ ପିଲାମାନଙ୍କୁ ମାତୃପୂଜା କରାଇଥିଲେ l ଏମ ପି ସି କଲେଜର ଆସିଟେଣ୍ଡ ପ୍ରଫେସର୍ ଡ଼ା. ସରୋଜ ନାୟକ, ବରିଷ୍ଠ ସାମ୍ବାଦିକ ସଞ୍ଜୟ ଚୌଧୁରୀ, ମୟୂରଭଞ୍ଜ ଏଥଲେଟିକ ଏସୋସିଏସନର ସଂପାଦକ ବିଜୟ କୁମାର ଦାସ, ଶିକ୍ଷାବିତ୍ ମାଧୁରୀ ଦ୍ୱିବେଦୀ, ହୃଦାନନ୍ଦ ଆଚାର୍ଯ୍ୟ, ଯୋଗ ଗୁରୁ ରାକେଶ ମହାନ୍ତ , ନର୍ସିଙ୍ଗ ଡାଇରେକ୍ଟର ଡ଼ା. ପ୍ରାଣକୃଷ୍ଣ ବେହେରା, ଆଇନଜିବୀ ପ୍ରଦୀପ ମହାନ୍ତି, ଆର ଡି ସଂସ୍ଥା ର ଅଧ୍ୟକ୍ଷ ସାଇ ଓମ ପ୍ରକାଶ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଶିବିରର୍ଥୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ l ଚିନ୍ମୟ ମିଶନ ବାରିପଦା ର ସମ୍ପାଦକ ଅଜିତ ବେହେରା ଶିବିର ପରିଚାଳନା କରିଥିଲେ I ଏହି ଶିବିରରେ ବାରିପଦାର ବିଭିନ୍ନ ବିଦ୍ୟାଳୟରୁ ମୋଟ ୧୦୮ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ I ଏମ ପି କେ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶ୍ରଦ୍ଧାସୁମନ ମହାନ୍ତ ଓ ସ୍ୱାମୀ ବିବେକାନନ୍ଦ ସ୍କୁଲ, ଶିରିଶବଣିର ଛାତ୍ର ଆୟୁଷ ଶତପଥୀ ସର୍ବଶେଷ୍ଠ ଶିବିରାର୍ଥୀ ଏବଂ ଏମ କେ ସି ଉଚ୍ଚ ବିଦ୍ୟାଳୟର ହୃଷୀକେଶ ମୁର୍ମୁକୁ ଶ୍ରେଷ୍ଠ ଶୃଙ୍ଖଳିତ ଶିବିରାର୍ଥି ରୂପେ ପୁରସ୍କୃତ ହୋଇଥିଲେ l ସଚ୍ଚିଦାନନ୍ଦ ଗୁରୁକୁଳର ହରପ୍ରିୟା ମାହାନ୍ନା ଓ ଲାଲୁ ଟୁଡୁ ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ I ସଚ୍ଚିଦାନନ୍ଦ ଗୁରୁକୁଳକୁ ଶ୍ରେଷ୍ଠ ଅନୁଷ୍ଠାନ ରୂପେ ସମ୍ମାନିତ କରାଯାଇଥିଲା I ହିମାଂଶୁ ପାଣି ଧନ୍ୟବାଦ ଅର୍ପଣ କରିଥିଲେ l ଦେବୀଦର୍ଶନୀ ବେହେରା, ତନ୍ୟତା ମହାନ୍ତ, ତୁଳସୀ ସାହୁ, ନନ୍ଦିନୀ ବେହେରା, ସିବାଙ୍ଗୀ ଖଣ୍ଡେୱାଲ, ରୀତିକା ଖଣ୍ଡେଲୱାଲ, ଅଙ୍କିତା ସାହୁ, ଡିମ୍ପଲ୍ ଦାସ, ରିୟା ଗିରି, ଓମ ପ୍ରକାଶ ସାହୁ, ବିଷ୍ନୁପଦ ବେରା ଓ ସବ୍ୟସଚ୍ଚି ପଲେଇ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରି ଥିଲେ l
What's Your Reaction?






