।। ଲମତାପୁଟ ରେ ବାର୍ଷିକ ବ୍ଲକ ସ୍ତରୀୟ କ୍ରୀଡ଼ା ଉତ୍ସବ ପାଲିତ ।।

ଶିଶୁ ର ଶାରୀରିକ ତଥା ବୌଦ୍ଧିକ ବିକାଶ କ୍ଷେତ୍ର ରେ ଖେଳ କୁଦ ତଥା କିଛି ପରିମାଣ ର ବ୍ୟାୟାମ୍ ର ଆବଶ୍ୟକତା ରହିଛି। ସେଥି ପାଇଁ ବିଦ୍ୟାଳୟ ସ୍ତର ରୁ ହିଁ ଖେଳ କୁଦ କୁ ଅନ୍ତର୍ଭୁକ୍ତ କରାଯାଇଛି।ସେଥିରେ ଯୋଗ ଦେଇଥିଲେ, ଶୁବ୍ରଦ କୁମାର କିସକୁ ଗୋଷ୍ଟି ରିକ୍ଷା ଅଧିକାରୀ,ଶୁଭରଞ୍ଜ ନାୟକ,ଭାରାପ୍ରାପ୍ତ ପ୍ରଥାନ ଶିକ୍ଷକ, ପିତାମ୍ବର କ୍ରିଶାନୀ ( ସଂଯୋଜକ), ସନ୍ତୋଷ ଖରା ( ବିଚାରପତି), ଅନ୍ତର ହନ୍ତାଳ (ବିଚାରପତି), ସୁମନ କୁମାର ବିସୋଇ ( ବିଜ୍ଞାନ ଶିକ୍ଷକ,), ରମେଶ କୁମାର ନାୟକ( ବିଜ୍ଞାନ ଶିକ୍ଷକ), ଚନ୍ଦନ ମକର( ବିଜ୍ଞାନ ଶିକ୍ଷକ) ଆଜି ସ୍ଥାନୀୟ ଲମତାପୁଟ ସରକାରୀ ବିଦ୍ୟାଳୟ ତରଫରୁ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳନ କରାଯାଇଥିଲା। ସରକାରୀ ଉଚ୍ଚ ବିଦ୍ୟାଳୟ ଅନିକୁଲ୍ୟ ଅନୁଷ୍ଠିତ ଏ ବାର୍ଷିକ କ୍ରୀଡ଼ା ରେ ତଲମତାପୁଟ ଶିକ୍ଷା ଅଧିକାରୀ ସବ୍ରତ କୁମାର କିସ୍କୋ ଏବିଓ ଖ୍ରୀଷ୍ଟ ଦାନ ସୁନା ଏବଂ ଲମତାପୁଟ ବ୍ଲକ ର ସମସ୍ତ ୧୬ ଗୋଟି ଉଚ୍ଚ ବିଦ୍ୟାଳୟ ସମସ୍ତ ପ୍ରଧାନ ଶିକ୍ଷକ ଙ୍କ ସହ ୨୫ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତଥା ତିନ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପଷ୍ଟିତ ରହିଥିଲେ। ଆୟୋଜିତ କ୍ରୀଡ଼ା ଉତ୍ସବ ରେ ଲମତାପୁଟ ସରକାରୀ ବିଦ୍ୟାଳୟ ତରଫରୁ ସମସ୍ତ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆ ଯାଇଥିଲା। ଏଥିରେ ସମସ୍ତ ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ମାନେ ଉପସ୍ଥିତ ରହି ଏହାର ସୁପରିଚାଳନା କରିଥଲେ। ଏ ବାର୍ଷିକ କ୍ରୀଡ଼ା ଉତ୍ସବ ରେ ୮ ଗୋଟି ବିଭାଗ ରେ ଖେଳ କରାଯାଇଥିଲା। ଖେଳ ଗୁଡ଼ିକ ମଧ୍ଯ ରେ ଖୋକ,କବାଡି, ଭଲିବଲ୍, ବ୍ୟାଡମିଣ୍ଟନ, ଫୁଟବଲ, ଦୌଡ, ଯୋଗାସନ ସହ କ୍ରିକେଟ ଖେଳା ଯାଇଥିଲା ଦୁଇ ଦିନ ଧରି ଚାଲିଥିବା ଏ ବର୍ଶିକ କ୍ରୀଡା ଉତ୍ସବ ରେ କନିଷ୍ଠ ଓ ବରିଷ୍ଟ ବିଭାଗ ରୁ ୧୮୫ ପିଲା ଭାଗ ନେଇଥିଲେ ।
ଲମତାପୁଟ ସୁବାଷ ମାଳି ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






