ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ - ଫାଇନାଲରେ ଦାନୀ - ୧୧
ବାରିପଦା - ତା :- ୨୮/୦୨/୨୦୨୬ ରିଖ ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧ମ ସେମିଫାଇନାଲ ମ୍ୟାଚରେ ଦାନୀ ଏକାଦଶ ପ୍ଲେ ବେକ ଚାଲେଞ୍ଜରକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି I ପ୍ରଥମେ ବ୍ୟାଟିଂ କରି ଦାନୀ ଦଳ ୧୨ ଓଭରରେ ୫ ଉଇକେଟ ହରାଇ ୧୮୯ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ସରୋଜ ପରମାଣିକ ୧୦ଟି ଛକା ଓ ୩ଟି ଚୌକା ବଳରେ ୭୮ ଓ ସୌମ୍ୟ ରଞ୍ଜନ ଧଳ ୭ଟି ଛକା ଓ ୫ଟି ଚୌକା ବଳରେ ୬୯ ରନ କରିଥିବା ବେଳେ ବିପକ୍ଷ ଦଳର ସଚିନ୍ଦ୍ର ନାଏକ ୨ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ପ୍ଲେ ବେକ ଚାଲେଞ୍ଜର ୧୨ ଓଭରରେ ୫ ଉଇକେଟ ହରାଇ ୧୬୪ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଶଙ୍କର ସାହୁ ୯ଟି ଛକା ଓ ୫ଟି ଚୌକା ସହାୟତାରେ ୭୯ ତଥା ଅଞ୍ଜନ କୁମାର ତାମରେକର ୨୭ ଓ ସୁଵିତ ସେଠି ୨୬ ରନ ସଂଗ୍ରହ କରିଥିଲେ I ଅନ୍ୟ ଫାଇନାଲିଷ୍ଟ ପାଇଁ ଖେଳ ଜାରିରହିଛି I ଗଦାଧର ନାୟକ ଓ ଲକ୍ଷ୍ମୀଧର ସିଂ ଖେଳ ପରିଚାଳନା କରିଥିବା ବେଳେ କରନ ଖାନ ସ୍କୋରିଂରେ ସହାୟତା କରିଥିଲେ I ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ I ଅତିଥି ଭାବେ ଯୋଗଦେଇ ୨୫ନଂ କାଉନସିଲର ଦେବାଶିଷ ପାତ୍ର, କ୍ରୀଡ଼ାବିତ ସୁଦୀପ ମନ୍ତ୍ରୀ ଓ ଯୁବନେତା ବ୍ରଜମୋହନ ବେହେରା ତଥା କମିଟିର ସଭାପତି ସୌମ୍ୟ ରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ଶ୍ରୀକାନ୍ତ ବାରିକ ଏବଂ ଗଣମାଧ୍ୟମ ସହ ସଂଯୋଜକ ଗୌତମ ଦାସ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା କାଲି ଫାଇନାଲ ମ୍ୟାଚ ଖେଳାଯିବ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0