ଶୁନାପାଙ୍ଗା ସମେତ ଚାରୋଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ବିଦ୍ୟୁତ୍ ତାର ଉପରେ ଭରସା ଉଛ ସେତୁ ନିର୍ମାଣ ଦାବି

ବାଲିଗୁଡ଼ା/୦୩/୦୨୫(ଫାଷ୍ଟ ନ୍ୟୁଜ୍ ଓଡ଼ିଶା) ଦାରିଙ୍ଗବାଡିର ବିଭିନ୍ନ ସ୍ଥାନରେ ଏବେ ବି ପ୍ରଶାସନ ଦୃଷ୍ଟି ଦେଉ ନାହିଁ I ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ବସ ବାସ କରୁଥିବା ଲୋକଙ୍କ ପାଖରେ ପହଞ୍ଚି ପାରୁନି ସରକାରୀ ଯୋଜନା ବିକାଶ ଠାରୁ ବହୁ ଦୁରରେ ଚାରିଗୋଟି ଗାଁ ସମେତ ସୁନାପାଙ୍ଗା ଗ୍ରାମରେ ରାସ୍ତା,ନଦୀରେ ପୋଲ ନିର୍ମାଣ ପାଈଁ ଜନ ସାଧାରଣ ଦାବି କରିଛନ୍ତି। ଏଭଳି ଅଭାବନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ୍ ଗଦାପୁର ଗ୍ରାମପଞ୍ଚାୟତ ସୁନାପାଙ୍ଗା ଗ୍ରାମରେ ଏଠି ପହଞ୍ଚି ପାରୁନାହିଁ ମୌଳିକ ସୁବିଧା। ଗାଁକୁ ଭଲ ରାସ୍ତା ନ ଥିବା ବେଳେ ବିଦ୍ୟୁତ୍ ଆଲୋକ ଏବଂ ପାନୀୟ ଜଳ ଅପହଞ୍ଚ ଗାଁରେ।ସୁନାପାଙ୍ଗ ଗ୍ରାମକୁ ଯିବାକୁ ହେଲେ ନଦୀ ପାହାଡ଼ ଅତିକ୍ରମ କରି ଯିବାକୁ ପଡ଼ିଥାଏ।ଗ୍ରାମ ପୂର୍ବରୁ ଥିବା ନଦୀରେ ପୋଲ ନ ଥିବାରୁ କାଠ ପୋଲ ନିର୍ମାଣ କରି ଯାତାୟାତ କରନ୍ତି।
ପ୍ରବଳ ବର୍ଷାରେ କାଠ ପୋଲ ଭାସିଗଲା ସେଥିରେ ଗ୍ରାମବାସି ଗଛକୁ ଗଛ ବିଦ୍ୟୁତ୍ ତାର ବାନ୍ଧି ବିପଦ ସଂକୁଳ ଅବସ୍ଥାରେ ନଦୀ ପାରି ହୋଇଥାନ୍ତି । ବିଶେଷ କରି ଗର୍ଭବତୀ ମହିଳା ଦୁଃଖ କହିଲେ ନ ସରେ।ଏହିି ଗ୍ରାମରେ କେବଳ କନ୍ଧ ଆଦିବାସୀ ଲୋକ ଚାରିଗୋଟି ଗ୍ରାମର ଶହେ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି ।ଏହି ସୁନାପାଙ୍ଗା ଗାଁକୁ ଦେଇ ଯାଉଥିବା ପ୍ରାୟ ଚାରି ଗୋଟି ଗାଁ ମହୁଳ ବଜା,କୁଚାଗୁଡ଼ି, ମେରାଗୁଡ଼ି, ଡଙ୍ଗାବାଦେରୀ,କୋଟଗଡ଼ ବ୍ଳକ୍ ଆଦିକୁ ଏହି ରାସ୍ତାରେ ସଂଯୋଗ କରୁଥିବାରୁ ଶହ ଶହ ଲୋକ ଯାତାୟାତ ହେଉଥିବା ସୂଚନା ଦେଇଛନ୍ତି ଗ୍ରାମର ବୁଦ୍ଧିଜୀବି ଲୋକ। ଗାଦାରିଗୁଡ଼ି ଛକ ଠାରୁ ସୁନାପାଙ୍ଗା ରାସ୍ତା ଦୁଃଖ ଓ ପରିତାପର ବିଷୟ ଯେ ଗ୍ରାମକୁ ଯିବା ପାଇଁ ନଦୀରେ ପୋଲ ଏବଂ କାଦୁଅ ପଚ୍ ପଚ୍ ହୋଇଥାଏ । ଗଦାପୁର ଗ୍ରାମପଞ୍ଚାୟତ ଠାରୁ ସୁନାପାଙ୍ଗା ଗ୍ରାମ ଦୂରତା ୨୦କି.ମି ହେବ ଏହି ପ୍ରକାର ସମସ୍ୟା ରେ ବନ୍ଧା ହୋଈ ଜୀବନ କାଟୁଛନ୍ତି ଚାରିଗୋଟି ଗ୍ରାମର ଲୋକ I ସରକାର ରାସନ ସାମଗ୍ରି ଆଣିବାକୁ ମଧ୍ଯ ବେଳେ ବେଳେ ପ୍ରବଳ ବର୍ଷା ହେବା ଯୋଗୁଁ ଆଣିବାରେ ବଞ୍ଚିତ ହେଉଛନ୍ତି। କାଲି ଏତିକି ନୁହେଁ ଦାରିଙ୍ଗବାଡ଼ି ବ୍ଳକ୍ ଅଫିସ୍, ବଜାର,ବ୍ୟାଙ୍କ୍, ତହସିଲ କାର୍ଯ୍ୟାଳୟକୁ ଯାତାୟାତ କରିବାରେ ମଧ୍ୟ ସମସ୍ୟା ହେଉଛି।ସେପଟେ ଲୁଣ ,ସାବୁନ୍, ତେଲ ଏପରି ଘରୋଇ ବ୍ୟବହାର ସାମଗ୍ରୀ ନେବା ପାଇଁ ନଦୀ ପାର ହୋଇ ଯିବାକୁ ପଡ଼ୁଛି ପୁଣି ସମସ୍ତ ସରକାରୀ ଯୋଜନା ଏହି ଗ୍ରାମରେ ତଥା ସୁନାପାଙ୍ଗା ଗାଁ ଲୋକ ପାଇବାରେ ବଞ୍ଚିତ ରହିଛନ୍ତି। ପିଇବା ପାଣି ଗ୍ରାମବାସି ନଦୀ ନାଳ ବ୍ୟବହାର କରୁଛନ୍ତି।ଏହି ଦୂଷିତ ପାଣି ବ୍ୟବହାର କରି ଅନେକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଗ୍ରାମ ରେ ସୋଲାର ପାଣି ଏବଂ ବସୁଧା ଫକଳ୍ପ ଟାଙ୍କି ବ୍ୟବସ୍ଥା କରିବାକୁ ସରକାରକୁ ଦାବି କରୁଛନ୍ତି। ସୁନାପାଙ୍ଗା ଗ୍ରାମରେ ବିଦ୍ୟୁତ୍ ନ ଥିବାରୁ ପିଲାମାନଙ୍କ ଭବିଶ୍ୟତ ନଷ୍ଟ ହେଉଛି ବୋଲି କହୁଛନ୍ତି ଗ୍ରାମବାସି। ଛୁଟିରୁ ପିଲାମାନେ ଘରକୁ ଆସି ପାଠ ପଡ଼ି ପାରୁନାହିଁନ୍ତି କାହିକି ନାଁ ବିଦ୍ୟୁତ୍ ଏହି ଗାଁରେ ସାତ ସପନ ଏ ନେଇ ସରକାରକୁ ଦାବି କରୁଛନ୍ତି। ସାମୋନ ମାଝୀ, ନକୁଳ ମୁଠାମାଝୀ,ପାଉଲ ମାଝୀ,ଯାକବ ପାଟ ମାଝୀ, ମୋସା ସୁନା ମାଝୀ, ବଣ୍ଡାସା ମାଝୀ, ପିଆଲା ସୁନା ମାଝୀ, ତିଥ ମୁଠା ମାଝୀ,ସୁନାପାଙ୍ଗା ଗ୍ରାମବାସି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ଏବଂ ବିଦ୍ୟୁତ୍,ବସୁଧା ପ୍ରକଳ୍ପ ପାଣି ଟାଙ୍କି ବ୍ୟବସ୍ଥା କରିବାକୁ ଦାବି କରୁଛନ୍ତି। ସମସ୍ୟାର ସମାଧାନ ନ ହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବା ସହ ରାଜ ରାସ୍ତା ଏବଂ ବ୍ଳକ୍ ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି । ବାଲିଗୁଡ଼ାରୁ ସଲମନ୍ ବିନ୍ଧାଣୀ ଙ୍କ ରିପୋର୍ଟ୍ (ଫାଷ୍ଟ ନ୍ୟୁଜ୍ ଓଡ଼ିଶା )
What's Your Reaction?






