225 ଜଣ ହିତାଧୀକାରୀଙ୍କୁ ମୋଟ ୧୪କୋଟି ୮୬ ଲକ୍ଷ ଟଙ୍କାର ଋଣ ପ୍ରଦାନ

Mar 6, 2025 - 20:30
 0  9
225 ଜଣ ହିତାଧୀକାରୀଙ୍କୁ ମୋଟ ୧୪କୋଟି ୮୬ ଲକ୍ଷ ଟଙ୍କାର ଋଣ ପ୍ରଦାନ

ନୂଆପଡା : ନୂଆପଡା ସଦର ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସମସ୍ତ ଜାତୀୟ ତଥା ଘରୋଇ ବ୍ୟାଙ୍କ୍ କୁ ନେଇ ନାବାର୍ଡ ପ୍ରାୟୋଜିତ ଏକ ବିରାଟ ଋଣ ମେଳା ଆୟୋଜନ କରାଯାଇଥିଲା। ଏହି ଋଣ ମେଳାରେ 225 ଜଣ ହିତାଧୀକାରୀଙ୍କୁ ମୋଟ ୧୪କୋଟି ୮୬ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଋଣ ମେଳାରେ ନାବାର୍ଡ ଜିଲ୍ଲା ପରିଚାଳକ ସୁନାରାମ ମାଝୀ, ଲିଡ଼ ବ୍ୟାଙ୍କ ପରିଚାଳକ ସିତାରାମ ମେହେର, ମିଶନଶକ୍ତି ଜିଲା ସଂଯୋଜନ ସୁନିଲ କୁମାର ମଲ୍ଲିକ, ଜିଲାସୂଚନା ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ସମିର ମୁଦୁଲି, ବିସିସିବି,ଏସବିଆଇ, ୟୁକୋ, ବିଓବି, ବିଓଏମ. ବିଓଆଇ, କାନାରା ବ୍ୟାଙ୍କ, ପିଏନବି. , ୟୁନିଅନ ବ୍ୟାଙ୍କ, ଆକ୍ସିସ , ଡିସିବି, ଏଚଡିଏଫସି , ଆଇସିଆଇସିଆଇ, ଆଇଡିବିଆଇ, ୟୁଜିବି ପ୍ରଭୃତି ବ୍ୟାଙ୍କର ଅଧିକାରି ଗଣ ଉପସ୍ଥିତ ଥିଲେ । ସମସ୍ତ ଋଣ ଗ୍ରହିତା , ଉଦ୍ୟୋଗୀ , ବ୍ୟବସାୟୀ, କୃଷକ, ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ମଧ୍ୟ ଉପସ୍ଥିତ ରହି ତାଙ୍କର ଋଣ ଅନୁମୋଦନ ଆଦେଶ ଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ହିତାଧୀକାରୀ ମାନଙ୍କୁ ଋଣ ନେଇ ତାର ସଠିକ୍ ପରିଚାଳନା କରି ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ । ଯେଉଁ ମାନେ ଏହି ଅର୍ଥର ସମୁଚିତ ସଦୁପଯୋଗ କରିବେ ସେମାନଂକୁ ଭବିଷ୍ୟତରେ ଆହୁରି ବିଭିନ୍ନ ସହାୟତା ଦେବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି କହିଥିଲେ । ସମସ୍ତ ବ୍ୟାଙ୍କ୍ ତଥା ଉଦ୍ୟୋଗୀ ମିଶି ଜିଲ୍ଲାରୁ ପ୍ରବାସୀ ଶ୍ରମିକ ସମସ୍ୟାକୁ ଦୁର କରିବା ପାଇଁ ସେ ଉଦ୍ବୋଧନ ଦେଇଥିଲେ। ଆଜି ଶିବିରରେ କେସିସିଏଏଚ ଯୋଜନାରେ 5ଟି ପ୍ରକଳ୍ପ ପାଇଁ ୪ଲକ୍ଷ ଟଙ୍କା, ପିଏମଇଜିପି ରେ ୧୪ଟି ପାଇଁ ୮୪ ଲକ୍ଷ ଟଙ୍କା, କେସିସିପି ରେ ୮୫ ଟି ପାଇଁ ୧୦୪.୨ ଲକ୍ଷ ଟଙ୍କା, ପିଏମଏଫଏମ୍ଇ ରେ ଗୋଟିଏ ପାଇଁ ୨୪ ଲକ୍ଷ ଟଙ୍କା, ଏମ୍ କେ ୟୁୱାର ୯ଟି ପାଇଁ ୬୯୨ ଲକ୍ଷ ଟଙ୍କା, ମୁଦ୍ରା ରେ ୧୧ଟିପାଇଁ ୫୭ଲକ୍ଷ ଟଙ୍କା, ଏସୟୁଆଇ ରେ ୨ଟି ପାଇଁ ୯୨ ଲକ୍ଷ ଟଙ୍କା, ପିଏମଏସଏନ ରେ ୧୦ଟିପାଇଁ ୫ ଲକ୍ଷ ଟଙ୍କା, ଡିଆରଆଇ ରେ ୩ଟି ପାଇଁ ୪୫ ହଜାର ଟଙ୍କା, ଏନୟୁ ଏଲଏମ୍ ରେ ୫ ଟିପାଇଁ ୨୦ ଲକ୍ଷ ଟଙ୍କା, ୪୫ ଟି ଏସଏଚଜି କୁ ୨୪୭ଲକ୍ଷ ଟଙ୍କା, ସୂର୍ଯ୍ୟଘର ରେ ୨୩ଟି ପାଇଁ ୩୭.୯୫ ଲକ୍ଷ ଟଙ୍କା ଅନ୍ୟାନ୍ୟ ୧୨ଟି ପ୍ରକଳ୍ପ ପାଇଁ ୧୦୩.୧୦ ଲକ୍ଷ ଟଙ୍କା ଏହିପରି ୨୨୫ ଟି ହିତାଧିକାରୀଙ୍କୁ ସର୍ବମୋଟ ୧୪କୋଟି ୮୬ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଲିଡବ୍ୟାଙ୍କ ପରିଚାଳଳ ସିତାରମ ମେହେର ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ