।। ହାରାମାଲ ଉଚ୍ଚ ବିଦ୍ୟାଳୟ ଠାରେ 109 ତମ ଶିକ୍ଷକ ଚେତନା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Feb 16, 2024 - 23:25
 0  7
।। ହାରାମାଲ ଉଚ୍ଚ ବିଦ୍ୟାଳୟ ଠାରେ 109 ତମ ଶିକ୍ଷକ ଚେତନା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗନାଇଜେସନ ଓ ନେତାଜୀ ସେବା ସଂଗଠନ ବ୍ରାହ୍ମଣ କେନ୍ଦୁଗୁଡା ର ମିଳିତ ଆନୁକୂଲ୍ୟରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ହାରାମାଲ ପରିସରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଓଡ଼ିଆ ଭାଷା ସାହିତ୍ୟ ମହା ପୁରୁଷଙ୍କ ଜୀବନୀ, ବିଜ୍ଞାନ ପୁରାଣ ଓ ତିଥି ଓ ପର୍ବ ପର୍ବାଣି କୁ ନେଇ 109 ତମ ଶିକ୍ଷା ଚେତନା ଅଭିଯାନ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳିକିଙ୍କର ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି, କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ସମାଜ ସେବୀ କ୍ଷେତ୍ର ମୋହନ ମାଝୀ, ପାର୍ଥ ସାରଥୀ ପଣ୍ଡା,ସନାତନ ଭଞ୍ଜ, ସାମ୍ବାଦିକ ଗଣେଶ ବାଗ, ରଞ୍ଜନ କୁମାର ସାହୁ, ଭୋଜରାଜ ଛତ୍ରିଆ ଶରତ ଚନ୍ଦ୍ର ସୁନାନୀ, ମୁରଲୀଧର ସାହୁ(ସଂଯୋଜକ )ପ୍ରମୁଖ ଯୋଗଦାନ କରି ଗ୍ରାମାଞ୍ଚଳ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚେତନ ସୃଷ୍ଟି କରିବା ପାଇଁ ସଂଗଠନ ର ଏଭଳି ଆୟୋଜନ ଶିକ୍ଷଣୀୟ ସ୍ୱାଗତ ଯୋଗ୍ୟ ଓ ପ୍ରଶଂସନୀୟ ଖେଳ ବର୍ଣନା କରିଥିଲେ l ନେତାଜୀ ସେବା ସଂଗଠନ ର ସଭାପତି ଶ୍ରୀ ସଂଜୀବ କୁମାର ଠାକୁର ଙ୍କ ନେତୃତ୍ୱରେ ଅନୁଷ୍ଠାନର ସମ୍ପାଦକ ଦୁଷ୍ମନ୍ତ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ପଙ୍କଜ କୁମାର ଜେନା ଓ ଦାଶରଥି ମହାପାତ୍ର ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମ ରେ ଚାରି ଗୋଟି ବିଭାଗରେ କାରୁଣ୍ଡ, ମହା କାନ୍ତର, ଇନ୍ଦ୍ରବଣ, କମଳ ମଣ୍ଡଳ, ଦଳରେ ଅଂଶ ଗ୍ରହଣ ଛାତ୍ରଛାତ୍ରୀ ମାନେ ଭାଗ ନେଇ ବିଭିନ୍ନ ବିଷୟରେ ପ୍ରଶ୍ନ ଉତ୍ତର ଦେଇ ସମ୍ମାନିତ ଓ ପୁରସ୍କୃତ ହୋଇଥିବା ବେଳେ ଅଭିନାଶ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ l

କଳାହାଣ୍ଡି ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ