।। ହାତୀ ଆକ୍ରମଣରେ ଜଣେ ଗୁରୁତର ।।

Aug 4, 2023 - 18:23
 0  34
।। ହାତୀ ଆକ୍ରମଣରେ  ଜଣେ ଗୁରୁତର ।।

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଂଜ ଅନ୍ତର୍ଗତ ତୁରେକେଲା ବ୍ଲକ ପଟେଲମୁଣ୍ଡାଠାରେ ହାତୀ ଆକ୍ରମଣରେ ଆଜି ଜଣେ ବ୍ୟକ୍ତି ଗୁରୁତର ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି ।

ଗୁରତର ବ୍ୟକ୍ତି ଜଣକ ତୁରେକେଲା ବ୍ଲକ୍ ସେଲ୍‌ମା ଗ୍ରାମର ନିବାସୀ ତଥା ବନ ବିଭାଗର ଜଣେ ପ୍ଲାଣ୍ଟଟେସନ୍‌ ୱାଚର ରାମସାଏ ଭୋଇ । ସୂଚନା ଅନୁସାରେ ଗତାକାଲି ଏକ ହାତୀ ତୁରେକେଲା ଜଙ୍ଗଲକୁ ଆସିଥିବା ନେଇ ଖବର ପାଇ କଣ୍ଟାବାଞ୍ଜି ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ବେଳେ ଆଜି ହାତୀକୁ ଘଉଡାଇବା ପାଇଁ ଭୋର ସକାଳୁ ବନ ବିଭାଗର ଏହି ଟିମ୍‌ ତୁରେକେଲା ଜଙ୍ଗଲକୁ ଆସିଥିଲା ।

ହେଲେ ତୁରେକେଲାର ପଟେଲମୁଣ୍ଡାଠାରେ ହାତୀଟି ଥିବାରୁ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ ମଧ୍ୟ ସେ ଜାଗାକୁ ପହଂଚି ଥିବା ବେଳେ ହାତୀଟି ବନ ବିଭାଗ ଟିମ୍‌ ଉପରେ ହଠାତ୍‌ ଆକ୍ରମଣ କରିଥିଲା । ଫଳରେ ବନ ବିଭାଗର ପ୍ଲାଣ୍ଟଟେସନ୍‌ ୱାଚର ରାମସାଏ ହାତୀ ହାବୁଡରେ ପଡି ଗୁରତର ହୋଇଯାଇଥିବା ବେଳେ ତୁରନ୍ତ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣି ଭର୍ତ୍ତି କରାଯାଇଥିଲା ।

କିନ୍ତୁ ରାମସାଏଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ବେଳେ ଏବେ ରାମସାଏ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି ।

 ତୁରେକେଲା ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ