ସ୍ୱାୟତ୍ତ ଶାସନ ଦିବସରେ କିନ୍ନର ମାନଙ୍କୁ ସମର୍ଦ୍ଧନା

Sep 1, 2025 - 17:56
 0  39
ସ୍ୱାୟତ୍ତ ଶାସନ ଦିବସରେ କିନ୍ନର ମାନଙ୍କୁ ସମର୍ଦ୍ଧନା

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୧.୦୯.୨୦୨୫ ରିଖ: ନବରଙ୍ଗପୁର ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଜିଲ୍ଲା କିନ୍ନର ସଂଘ ର ସମ୍ପାଦକ ଚୂମୁକି କିନ୍ନର କୁ ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଗୌରୀ ଶଙ୍କର ମାଝୀ ସମ୍ମର୍ଦ୍ଧିତ କରିଥିଲେ ! ସେହିପରି ସଂଘର ନୂତନ ଭାବରେ ଯୋଗଦାନ କରିଥିବା ଶିବାନୀ କିନ୍ନର କୁ ପୌର ପରିଷଦ ଦ୍ଵାରା ପେନସନ ପତ୍ର ପ୍ରଦାନ କରାଯାଇଛି ! ପୌର ପରିଷଦ ତରଫରୁ କିନ୍ନର ମାନଙ୍କୁ ସମ୍ମାନିତ ତଥା ପେନସନ ପତ୍ର ପ୍ରଦାନ କରିଥିବାରୁ ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ,ସମେତ ସଂଘର ପ୍ରୋଜେକ୍ଟ ଲିଡର ଏମ. ବାଲା କୃଷ୍ଣ ରାଓ, ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ସଂଘର ପ୍ରମୁଖ ଉପଦେଷ୍ଟା ଜଗନ୍ନାଥ ମହାପାତ୍ର,ସିରାଜୁଦ୍ଦିନ ଅହମଦ,ଶର୍ମିଷ୍ଠା ଦେଓ, କିଶୋରୀ ପଟ୍ଟନାୟକ, ସ୍ଵର୍ଣାଲତା ପଟ୍ଟନାୟକ, ନିନି ବାବୁ ତ୍ରିପାଠୀ, ଦୁର୍ଗା ପାଢ଼ୀ,ଶ୍ରୀନିବାସ ପଟ୍ଟନାୟକ, ଇଂ. ଚନ୍ଦନା ମଲ୍ଲିକ, ଅଖିଳ ଭଟ୍ଟ, ସଂଘର ସଭାପତି କାଜଲ କିନ୍ନର,ସହ ସମ୍ପାଦକ ପ୍ରୀତି କିନ୍ନର ସମେତ କିନ୍ନର ସଂଘର ଅନ୍ୟ ସମସ୍ତ ସଦସ୍ୟ ଶୁଭେଛା ଜଣାଇଛନ୍ତି ! ନବରଙ୍ଗପୁର ଜିଲ୍ଲାରେ କିନ୍ନର ସଂଘ ଗଠନ ହେବା ପରେ ଜିଲ୍ଲାର କିନ୍ନର ମାନଙ୍କର ବିଭିନ୍ନ କ୍ଷେତ୍ରରେ ଉନ୍ନତି ହେବା ସଙ୍ଗେ ସେମାନେ ବିଭିନ୍ନ ସମାଜସେବା ଏବଂ ସରକାରଙ୍କ ବିଭିନ୍ନ ଯୋଜନା ରେ ସାମିଲ ହୋଇ ସମାଜରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏବଂ ନିଜେ ସ୍ବାବଲମ୍ବୀ ହୋଇ ପାରୁଛନ୍ତି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ