ସ୍ୱାଧୀନତା ଦିବସ ଉପଲକ୍ଷେ ନୂଆପଡାରେ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ

ନୂଆପଡ଼ା ଜିଲ୍ଲାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସ୍ଵାଧୀନତା ଦିବସରେ ପତକା ଉତ୍ତୋଳନ କରିବେ । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେଓ ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିବେ । ସେ ସକାଳେ ପ୍ରଥମେ ଗାନ୍ଧି ପ୍ରମୋଦ ଉଦ୍ୟାନରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତି ଓ ଏକତା ଛକରେ ସ୍ବର୍ଗତ ଘାସିରାମ ମାଝୀଙ୍କ ପ୍ରତି ମୂର୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ସେହି ପରି ୯ଟାରେ ସ୍ଥାନୀୟ ମିନି ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହେବ । ଏହି କାର୍ଯ୍ୟକ୍ରମ ରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡର ଅଭି ଅଭିବାଦନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିବେ । ଏହା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ରେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






